ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଫୁଲବାଣୀରୁ ଚନ୍ଦନ ଓ ଚକାପାଦ ବ୍ଲକ ବସ୍ତିଙ୍ଗିଆରୁ ଲିପ୍ସା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ହନୁମାନ ମନ୍ଦିର ସାହିର ଚନ୍ଦନ କୁମାର ସାହୁ ଓଡିଶା ପ୍ରାଶାସନିକ ପ୍ରଶାସନିକ ସେବରେ 30 ନମ୍ବର ରେଙ୍କରେ ସ୍ଥାନ ପାଇଛନ୍ତି l  2019 ରେ ବିଏସସିରେ ସ୍ନାତକ ସାରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯିବା ପାଇଁ ଇଛା ପ୍ରକାଶ କରିଥିଲେ.l କୋଣସି ପ୍ରଶିକ୍ଷଣ ନ ନେଇ ଘରେ ନିଜେ ପରିଶ୍ରମ କରି ଆଜି ସଫଳ ହୋଇଛନ୍ତି l ଚନ୍ଦନର ବାପା ବିଦ୍ୟୁତ୍ ବିଭାଗରେ ବହୁ କମ୍ ପାରିଶ୍ରମିକ ପାଇ କାର୍ଯ୍ୟ କରୁଛନ୍ତି l ଘରେ ଦୁଇଟି ପୁଅ ଏବଂ ବାପା l  ଆର୍ଥିକ ସ୍ୱଚ୍ଛଳ ନଥିଲେ ବି ବାପାଙ୍କ ସ୍ୱପ୍ନ ଥିଲା ପୁଅକୁ ଡାକ୍ତର କରିବା ପାଇଁ କିନ୍ତୁ ପୁଅ ପ୍ରଶାସନିକ ସେବାରେ ପାଇବା ପରେ ବହୁତ୍ ଖୁସି ଅଛନ୍ତି ପରିବାର l ଚନ୍ଦନ ଫୁଲବାଣୀ ମହିଳା ମହା ବିଦ୍ୟାଳୟରେ  ଅତିଥି ପ୍ରଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ l ସେଥିରୁ ଦିନକୁ ପାଞ୍ଚ ଘଣ୍ଟା ସମୟ କାଢ଼ି ପାଠ ପଡ଼ି ଆଜି ସଫଳ ହୋଇଛନ୍ତି ବୋଲି କହିଛନ୍ତି ଚନ୍ଦନ l ସେହି ପରି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆର ଝିଅ ଲିପ୍ସା କହଁର ଓଡିଶା ପ୍ରଶାସନିକ ସେବାରେ ୬୬୩ ରେଙ୍କ ରଖି କନ୍ଧମାଳ ତଥା ଚକାପାଦ ବ୍ଲକ ବସ୍ତିଙ୍ଗିଆ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ସୂଚନା ଅନୁସାରେ ବାପା ଭୁଲେଶ୍ଵର କହଁର ସମାଜ ମଙ୍ଗଳ ଅଧିକାରୀ ଭାବରେ କୋରାପୁଟ ଏବଂ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିଲେ l ବର୍ତମାନ ଅବସର ଗ୍ରହଣ କରିଛନ୍ତି l ବାପା ଭୁଲେଶ୍ୱର କଂହର ଓ ମା ସୁକାନ୍ତି କହଁରଙ୍କ ଗେଲା ଝିଅ ଲିପ୍ସା କହଁର l ଲିପ୍ସା ନିଜର ଶିକ୍ଷା କ୍ଷେତ୍ରରେ ବାଲିଗୁଡା ଉଚ୍ଚ ବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇ ରୟାଲ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନିକାଲ +୨ ବିଜ୍ଞାନ ଏବଂ ଟ୍ରେଇଡେଣ୍ଟ କଲେଜରେ ଇଲେକଟ୍ରନିକ୍ସ ଏଣ୍ଡ କମ୍ୟୁନିକେସନରେ ବିଟେକ କରିଛନ୍ତି l ଏହା ପରେ ଲିପ୍ସା ଫୁଲବାଣୀ କପରେଟିବ ସୋସାଇଟି ଇନକ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିଲେ l ଗାଁ ଝିଅ ଲିପ୍ସା କୌଣସି ଏକ କୋଚିଂ ବା ପ୍ରଶିକ୍ଷଣ ନ ନେଇ ନିଜର ଦକ୍ଷତା ନିଜେ ପରିଶ୍ରମ କରି ଆଜି ଓଏସ ପରୀକ୍ଷାରେ ସଫଳତା ଲାଭ କରି ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଲିପ୍ସାଙ୍କ ଓଏସରେ ଉତୀର୍ଣ୍ଣ ହୋଇଥିବା ଖବର ପ୍ରକାଶ ପାଇଲା ପରେ ପରିବାରରେ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ଏହି ଖବର ପାଇଁ ଅଞ୍ଚଳର ସାଙ୍ଗ ସାଥୀ ଏବଂ ବିଭିନ୍ନ ସଂଗଠନରୁ ଲିପ୍ସାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l