ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଅକ୍ଟୋବର 21 ତାରିଖ ସୋମବାର ସଦର ଥାନା ଅନ୍ତର୍ଗତ କନକ ଯୋର ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ନେଇ ସଦର ପୁଲିସକୁ ସକାଳ ପ୍ରାୟ ୮ ଟା ସମୟରେ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସଦର ଥାନା ଅଧିକାରୀ ସୁସ୍ମିତା ଦେବତା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କୁ ଦୁର୍ବୃତ ହତ୍ୟା କରି ଫେରାର ମାରିଛନ୍ତି କିମ୍ୱା କେଉଁ ଆଡେ ହତ୍ୟା କରି ଏଠାରେ ଫିଙ୍ଗି ଫେରାର ମାରି ଥିବା ସନ୍ଦେହ କରିଛି ପୁଲିସ । ମୃତକଙ୍କ ମୁହଁରେ କୌଣସି ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରା ଯାଇଥିବା ପୁଲିସ କହିଛି । ତେବେ ମୃତକଙ୍କ ପରିଚୟ ଜଣା ପଡି ନାହିଁ । ପୁଲିସ ଶବକୁ ବ୍ୟବ ଛେଦ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଏହି ହତ୍ୟା କାଣ୍ଡ ତିନି ଚାରି ଦିନ ପୂର୍ବରୁ ଘଟିଥିବା କଥା ପୁଲିସ ସନ୍ଧେହ କରୁଛି।