ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସ୍ଥିତ ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ଖେଳପଡିଆରେ ଫାଇନାଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଚଟିଆଗୁଡା ଏକାଦଶ ସହିତ ବରଗାଁ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଖେଳରେ 2-0 ଗୋଲରେ ଚଟିଆଗୁଡା ଦଳ ବିପକ୍ଷ ବରଗାଁ ଦଳକୁ ଦେଇ ବିଜୟ ଲାଭ କରି ପ୍ରଥମ ପୁରସ୍କାର ଟ୍ରଫି ସହିତ 10.000 ଟଙ୍କା ପ୍ରଦାନ କରାଯାଇଛି ଏବଂ ଚଟିଆଗୁଡା ଏକାଦଶ ଦୃତୀୟ ସ୍ଥାନ ଅଧିକାର କରି ଟ୍ରଫି ସହିତ 7000 ଟଙ୍କା ପ୍ରଦାନ କରାଯାଇଛି l ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ପ୍ରାଥୀ ଶ୍ରୀଯୁକ୍ତ ଲମ୍ବୁଧର ନିଆଲ ଥିବା ବେଳେ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାର ସହକାରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମଙ୍ଗଳସିଂ ଭୋଇ, ସୁଦର୍ଶନ ଭୋଇ, ନିତ୍ୟାନନ୍ଦ କଟା, ଗୁପ୍ତେଶ୍ୱର ଜଗତ, ରାମେଶ୍ୱର ବାଗ(ବୋଡେ଼ନ ଥାନା ASI), ଶୋଭାରାମ ଭୋଇ, ଯଦୁମଣି ଭୋଇ, କୋକିଳ ସଗରିଆ ମଞ୍ଚାସିନ ଥିଲେ l ଖେଳ ପରିଚାଳକ ଭାବେ ସୁବାସ କୁଲୁ, ପୁରୁନ ମାଝୀ, ଯଦୁମଣି ଭୋଇ, ଡାଇମନ ଭୋଇ, ହାଡୁ ମେହେର ସହଯୋଗ କରିଥିଲେ l ଭାଷ୍ୟକର ଭାବରେ ପ୍ରକାଶ ପାତ୍ର, ଭୀମରାଜ ତାଣ୍ଡି ଖେଳର ଧାରା ବିବରଣୀ ପ୍ରଧାନ କରିଥିବା ବେଳେ ଆୟୋଜକ କମିଟିର ସଭାପତି ଜଗଦିଶ ନାଗ, ସମ୍ପାଦକ ସତ୍ୟ ଭୋଇ, ଗୋପୀନାଥ ହଂସ, ପଞ୍ଚାନନ ସୁନାନୀ, ଅମଳୁ ଭୋଇ, ଭୋଦେବ ଭୋଇ, ବିକାଶ ଭୋଇ, ନରେଶ ଠେଲା, ଅଷ୍ଟମ ଠେଲା, ଧନିରାମ ଠେଲା, ରାକେଶ ଠେଲା, ଲିଲୁ କଟା, ଯଦୁମଣି ଭୋଇ, ଗୋବର୍ଦ୍ଧନ ଠେଲା, ତୋଫାନ ଠେଲା, ଧୋବଳେଶ୍ୱର ମନହିରା ପ୍ରମୁଖ ସହଯୋଗ କରିଥିଲେ l ଆଗାମୀ ଦିନ ଏହି ଫୁଟବଲ ଖେଳ ପ୍ରତି ଧ୍ୟାନ ଦେବା ସହ ସବୁବେଳେ ଜାରି ରହି ଥାଉ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେବା ସହ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ l