ନାଳରୁ ଯୁବକର ମୃତଦେହ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବରଙ୍ଗ ନାଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଭଞ୍ଜନଗର ବାଗଦେବୀ ରୋଡ଼ ନିବାସୀ ଦୁର୍ଗା ଚରଣ ମହାପାତ୍ରଙ୍କ ପୁଅ ବିନାୟକ ମହାପାତ୍ର (୧୮) । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସେ ଗାଧେଉ ଥିବା ସମୟରେ ନାଳରେ ଭାସି ଯାଇ ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତଦେହ ଡିହପଢାଳ ଗ୍ରାମର କିଛି ଦୂରରେ ଥିବା ନାଳରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଏହା ପରେ ଅଗ୍ନିଶମ ବାହିନୀ ସହାୟତାରେ ବିନାୟକର ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ପୁଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନାଧିକାରୀ କୁମାର ମୁଦୁଲି କହିଛନ୍ତି ।