ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସଦର ସିନାପାଲି ବ୍ଲକରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ “ମିନି ମାରାଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିନାପାଲି କଲେଜ ପରିସରରୁ ଯୁଗେନପଦର୍ ଛକ ପର୍ଯ୍ୟନ୍ତ ୫ କି.ମି ଦୌଡ଼ ପ୍ରତିଯୋଗିତା ହୋଇଥିଲା । ଆୟୋଜିତ ମାରାଥନ ପ୍ରତିଯୋଗିତାରେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ ଉପସ୍ଥିତ ରହି ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ବନାଞ୍ଚଳ ଅଧିକାରୀ ଜୟଦେବ ମାଝି, ଫରେଷ୍ଟର ଚୁଡାନାଥ ସରାଫ, ରଞ୍ଜନ କୁମାର ସାହୁ,ପୂର୍ଣ୍ଣଚନ୍ଦ୍ର ନାଏକ, ତ୍ରିବିକ୍ରମ କୁମାର ନାଏକ, ରାମରଞ୍ଜନ ରାଉତ, ଘନଶ୍ୟାମ ଶବର, ସିନାପାଲି ବିଡ଼ିଓ ଅଭିନାଶ ଲାକ୍ରା ଏବଂ ବ୍ଲକର ଅନେକ କର୍ମଚାରୀ, ଦମକଳ ବାହୀନି କର୍ମଚାରୀ, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଡଃ ଶ୍ରୀମାନ ସାହୁ, ଡଃ ତନ୍ମୟ ବାଗ ଓ ଷ୍ଟାଫ୍, ସିନାପାଲି କଲେଜ ଷ୍ଟାଫ୍ ଓ ଛାତ୍ରଛାତ୍ରୀ ଏଵଂ ଅଞ୍ଚଳର ଅନେକ ଲୋକ “ମିନି ମାରାଥନ” କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହା ସହ ଜଙ୍ଗଲ ବିଭାଗର ଅନେକ କର୍ମଚାରୀ ସହଯୋଗ କରିଥିଲେ ।
ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିଥିମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ନୈତିକ ଦାୟିତ୍ୱ ମଣିଷ ସମାଜର ବୋଲି ମତବ୍ୟକ୍ତ କରିଥିଲେ l ଆଜିର ଛାତ୍ରଛାତ୍ରୀମାନଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ଆକର୍ଷିତ କରିବାକୁ ପଡିବ l ବାଘମାମୁଁ ବିଲୁଆନନା ମାନଙ୍କୁ ସେମାନେ ଜାଣିଲେ ସେମାନଙ୍କ ସୁରକ୍ଷା ପ୍ରତି ଆଗଭର ହେବେ l ଜଙ୍ଗଲ ତଥା ବନ୍ୟଯନ୍ତୁ ସଂରକ୍ଷିତ ରହିଲେ ଜୈବ ବିବିଧତାର ସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଏହି “ମିନି ମାରାଥନ” କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପାଇଥିଲେ ନେତ୍ରମଣି ଶବର, ଦ୍ଵିତୀୟ ପୁରସ୍କାର ସ୍ଵାଧୀନ ଭାଟି, ତୃତୀୟ ପୁରସ୍କାର ଗିରିଧାରୀ ବାଗ l ଶେଷରେ ଏହି ତିନି ଜଣଙ୍କୁ ପ୍ରତିଯୋଗିଙ୍କୁ ଶ୍ରୀ ଗଣେଶଙ୍କ କାଠ ତିଆରି ମୂର୍ତ୍ତି ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା l