ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟି କରଣ ଓ ଉପକରଣ ବଣ୍ଟନ…

ନୁଆପଡ଼ା(ବିରବଲ ପ୍ରଧାନ): ସମଗ୍ର ଶିକ୍ଷା ନୁଆପଡ଼ା ଓ ବ୍ଳକ ଶିକ୍ଷାଧିକାରୀ କୋମନା ଅନୁକୁଲ୍ୟରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବିଦ୍ୟାଙ୍ଗ ଚ୍ଛାତ୍ରଛାତ୍ରୀ ମାନଙ୍କ ଚିହ୍ନଟ ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଶ୍ରୀମତି ଅନିତା ପଣ୍ଡା, ଅତିରିକ୍ତ ଶିକ୍ଷାଧିକାରୀ ରାଧାକାନ୍ତ ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ମାର୍ଗଦର୍ଶନରେ କୋମନା ବ୍ଲକର ୧୨୨ ଜଣ ବିଦ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କର କାର୍ଯ୍ୟକ୍ରମରେ ଅଭିଭାବକ ଯୋଗ ଦେଇଥିଲେ । ALMICO ଭୁବନେଶ୍ଵରରୁ ଡ଼କ୍ଟର ସୁରେନ୍ଦ୍ର ଭୋଇ, ଧରିତ୍ରୀ ଗଡ଼ତିଆ, ବିଶ୍ଵରଂଜନ ପୃଷ୍ଟି ଓ ରୋହିତ ବର୍ମା ଦିବ୍ୟାଙ୍ଗ ପିଲାଙ୍କୁ ସହାୟକ ଉପକରଣ ପାଇଁ ଚିହ୍ନଟ କରିଥିଲେ । ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀହେମନ୍ତ କୁମାର ଭୋଇ, କୋମନା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ତ୍ରିଲୋଚନ ବାଗ, ବିଆରପି କାର୍ତ୍ତିକ ବିଶ୍ଵାଲ ତଥା ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ତିନିଚକିଆ ଗାଡି, ହୁଇଲ ଚେୟାର, ସ୍ମାଟ କାନେ,ସପି ଚେୟାର,ଆଶାବାଡି, ଶ୍ରବଣ ଯନ୍ତ୍ର, ବ୍ରେଲି କିଟ୍ ସ୍କୁଲରେ ପଢୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ବି.ଆର.ଟି ସମେସ ତ୍ରିପାଠି ଓ ଓଁପ୍ରକାଶ ନାୟକ ପରିଚାଲନା କରିଥିବାବେଳେ କାର୍ଯ୍ୟାଲୟର ଶ୍ରୀ ଅନନ୍ତ ପ୍ରଧାନ, କ୍ଷୀରାଦ ହଂସ, ମାନଭଞ୍ଜନ ହୋତା, ଅନ୍ତର୍ନିବେସି ଶିକ୍ଷା ସ୍ବେଚ୍ଛାସେବୀ କ୍ଷେତ୍ର ବିହାରି ନାଏକ, ଗୌରୀ ଖରସେଲ, ରୋହିତ ଶବର, ଲମ୍ବୁମାଝୀ ଏବଂ ଡୁଗ୍ରୁ ପ୍ରମୁଖ ସହଯୋଗ କରିଥିଲେ ।