ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗୁଡ଼ିକିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଅବସର ପ୍ରାପ୍ତ ଅତିରିକ୍ତ ଶ୍ରମ ନିର୍ଦ୍ଦେଶକ ମୁକ୍ତଲାଲ୍ ନାୟକ (୬୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି l ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନା ଅନୁଯାୟୀ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ବର ସ୍ଥିତ ଏମ୍ସ ରେ ଭର୍ତ୍ତି କରାଯାଇ ଥିଲା l ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ତାଙ୍କ ଦେହାନ୍ତ ହୋଇଥିଲା l ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ମୁକ୍ତି ଲତା ନାୟକ, ବଡ଼ ପୁଅ ବାବୁଲା ନାୟକ ସମେତ ଅନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ l ବୁଧବାର ଦିନ ନିଜ ଜନ୍ମ ସ୍ଥାନ ଗୁଡିକିଆରେ ପରିବାର ଲୋକ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗଙ୍କ ଗହଣରେ ଶୋକାକୁଳ ପରିବେଶରେ ଗ୍ରାମର ରୀତିକାନ୍ତି ଅନୁଯାୟୀ ତାଙ୍କ ଭୁ ସ୍ଥାପନ କ୍ରିୟା ସମାପନ ହୋଇଛି । ତାଙ୍କର ଏହି ଭୁ ସ୍ଥାପନ କ୍ରିୟାରେ ଦୂର ଦୁରାନ୍ତରୁ ଅନେକ ପୁରୁଣା ବନ୍ଧୁ, ପୁଅ ବୋହୁ, ଝିଅ ଜ୍ବାଇଁ, ନାତି ନାତୁଣୀ, ଗ୍ରାମ ବାସୀ ଓ ଅଞ୍ଚଳ ବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।