ମୋହନା( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ମୋହନା ତହସିଲ୍ ଅଧିନସ୍ଥ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ୱ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲଦାର ସତ୍ୟବାନ୍ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର, ଏଫଆରଏ କର୍ମଚାରୀ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇଥିଲା ।