ଦାରିଙ୍ଗବାଡି ନୂତନ ବିଡ଼ିଓଙ୍କ ଯୋଗଦାନ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ । ସେ ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ବିଡିଓ ଏବଂ  ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ସେଠାରୁ ସେ ଫୁଲବାଣୀ ହେଡକ୍ୱାଟରରେ ଦାରିଙ୍ଗବାଡି ବିଡିଓ ଭାବେ କାର୍ଯ୍ୟରେ ଯୋଗ ଦେବା ସହ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ସିଡିଓ ଶମ୍ଭୁନାଥ ନନ୍ଦିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।  ପରେ  ସେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବିପିଏମ୍‌, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ବରିଷ୍ଠ କିରାଣୀ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦାରିଙ୍ଗବାଡି ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରିବା ସହ ଅଞ୍ଚଳବାସୀଙ୍କ ସହଯୋଗରେ ଦାରିଙ୍ଗବାଡି ଭଳି ଦୁର୍ଗମ ଅଞ୍ଚଳର ଗମନାଗମନ, ପିଇବାପାଣିରଥିବା ସମସ୍ୟା, ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକାରିବେ ବୋଲି କହିଛନ୍ତି ।