ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁମ୍ବାଡା ଗ୍ରାମ ପଞ୍ଚାୟତ ତାଲାସିଂ ଗ୍ରାମ ଆବାରିଂ ସାହିରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଚିତ୍ର । ଲାସିୟା ଗମାଙ୍ଗ ଓ ଗାୟନି ଗମାଙ୍ଗଙ୍କ ଭିନ୍ନକ୍ଷମ ଝିଅ ଅଞ୍ଜନି ଗମାଙ୍ଗ (29 ବର୍ଷ) । ବାପା ମୃତ୍ୟୁ ବରଣ କରିଥିଲା ବେଳେ ସାଙ୍ଗରେ ରହୁଛନ୍ତି ବୃଦ୍ଧା ବିଧବା ମା । କେବଳ ସରକାରୀ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଉପରେ ନିର୍ଭରଶୀଳ ମା ଓ ଝିଅ । ନୁଆଁଣିଆ ମାଟି କାନ୍ଥରେ ନିର୍ମିତ ଘରେ ଗ୍ରାମବାସୀ ଦୟା କରି ପ୍ରଦାନ କରିଥିବା କିଛି ପୁରୁଣା ଟିଣ ତାଙ୍କର ସାହା ଭରଷା । ଭୁଷ୍କଳନ ଓ ବାତ୍ୟା ସମୟରେ ଭୟ ଓ ଆଶଙ୍କାରେ ଦିନ କଟାନ୍ତି ଅଞ୍ଜନି ଓ ତାଙ୍କ ମାଆ । ସରକାର ବିଭିନ୍ନ ଯୋଜନାରେ ଆବାସ ଗୃହ ପ୍ରଦାନ କରୁଥିବା ବେଳେ ଅଞ୍ଜନି ଏଥିରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ଅଞ୍ଜନିଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।