ବାଲିଗୁଡା(ସିବନ୍ତଦିଗାଲ ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ଆଡିମାହା ଗ୍ରାମ ପଞ୍ଚାୟତର ପାଟାମାସ୍କା ଓ ସାକୁସବାଲି ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରିକୁ ତିବ୍ରୋ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା l ଯାହାକୁ ନେଇ ଆଜି ବାଲିଗୁଡା ଥାନାରେ ଆଶ୍ରୟ ନେଇଛନ୍ତି ପାଞ୍ଚ ଖଣ୍ଡ ଗ୍ରାମର ମହିଳା । ମହିଳାମାନଙ୍କ ଅଭିଯୋଗ ଅନୁସାରେ ପାଟାମାସ୍କା ଓ ସାକୁସବାଲି ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର ତାଗିଦ୍ କଲେ ମଧ୍ୟ୍ୟ ଶୁଣୁ ନାହାନ୍ତି ଏବଂ ଓଲଟା ତୋମ ସ୍ୱାମୀ ମାନଙ୍କୁ ଆମେ ଡାକିକି ମଦ ଦେଉଛୁକି ? ତମ ସ୍ୱାମୀ ମାନେ ଆସିଲେ ଆମେ ମଦ ଦେଉଛୁ ବୋଲି ମଦବେପାରୀ ଓଲୋଟି ମହିଳାଙ୍କୁ କହୁଛନ୍ତି । କିନ୍ତୁ ମଦ ବିକ୍ରି ହେଉଥିବାରୁ ପୁରୁଷ ମାନେ ମଦ୍ୟପନା କରିବା ଦ୍ବାରା ପରିବାରରେ ଆସାନ୍ତି ସୃଷ୍ଟି ହେଉଛି l ଏହା ସହ ଘରର ଖାଇବା ପାଇଁ ରଖିଥିବା ଧାନ ଚାଉଳ ବିକ୍ରି କରି ମଦ ପିଇବା ସହ ପରିବାର ସ୍ତ୍ରୀ ଏବଂ ପିଲାଛୁଆଙ୍କୁ ମାଡମାରୁଥିବା କହିଛନ୍ତି ମହିଳା । ପୁଲିସ ଏହାକୁ ନେଇ କୌଣସି ପଦକ୍ଷେପ ନ ନେଲେ ଆମେ ମଦ ବିକ୍ରି କରୁଥିବା ପରିବାରକୁ ଯାଇ ମଦ ନଷ୍ଟ କରିବୁ ବୋଲି ଚେତାବନୀ ଦେଇଛନ୍ତି ମହିଳା ।