ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜନସଚେତତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାରାଥନ ଏବଂ ପଥ ଉତ୍ସବର ଆୟୋଜନ କରାଯିବ । ଏନେଇ ଆଜି ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ନିଷ୍ପତି ମାନ ଗ୍ରହଣ କରାଯାଇଥିଲା । ଚଳିତ ଅକ୍ଟୋବର ୨୯ ତାରିଖ ଦିନ ସୁନ୍ଦରଗଡ଼ ସ୍ଥିତ ଡିଆରଡିଏ ଛକ ଠାରୁ  ସମନ୍ଵିତ ଆଦିବାସୀ  ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ରାସ୍ତା ରେ  ସକାଳ ୭:୩୦ ସମୟରୁ ଏହି ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ  ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ମାରାଥନ ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ, ଜନସାଧାରଣ ଅଂଶ ଗ୍ରହଣ କରି ପାରିବେ । ସେହିପରି ଏହି କାର୍ଯ୍ୟକ୍ରମ ଅବସରରେ  ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ ଆୟୋଜିତ ହେବ ଯଥା – ନୃତ୍ୟ ( ଭୋଟର ସଚେତନତା ସମ୍ବନ୍ଧିତ କିମ୍ବା ଦେଶାତ୍ମମୋବୋଧକ) ,  ରଙ୍ଗୋଲି, ପେଣ୍ଟିଂ, କୁଇଜ୍ ଏବଂ ଓପନ ମାଇକ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ।  ଏହି ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯିବ ଏବଂ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ପ୍ରତିଯୋଗୀଙ୍କୁ ନଗଦ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ l ସେହିଭଳି କୁଇଜ୍ ପ୍ରତିଯୋଗୀତା ନିମନ୍ତେ ମଧ୍ୟ ନଗଦ ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ପ୍ରକାଶ ଥାଉ କି ରାଉରକେଲା ମହାନଗର ନିଗମ ଅଞ୍ଚଳ ଏବଂ ବଣେଇ ଠାରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।