ଅନୁସନ୍ଧାନ ଭାରତ(ବ୍ୟୁର): ଆଜିର ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ ପାଇଁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଆଦିବାସୀ ଜାଗରଣ ସଭା ଗୃହ ପରିସରରେ ବୋରିଗୁମ୍ମା ବ୍ଲକର ସମସ୍ତ ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବର, ଜିଲ୍ଲାପରିଷଦ ମେମ୍ବର, ସମସ୍ତ PRI ମେମ୍ବର, ସାମାଜିକ କର୍ମୀ, ସମସ୍ତ ସଂଗଠନ, ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ତଥା ଶିକ୍ଷିତ ଯୁବ ସଂଗଠନ ସହ ଜାତି ଧର୍ମ ବର୍ଣ୍ଣ ଦଳ ନିର୍ବିଶେଷରେ ବୋରିଗୁମ୍ମା ବ୍ଲକର ସମସ୍ତ ଜନସାଧାରଣଙ୍କୁ ନେଇ ଏକ ଜରୁରୀକାଳୀନ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କୋରାପୁଟ ଜିଲ୍ଲାର ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି, DIET/BITEରେ ନିଜ ଜିଲ୍ଲାର ପିଲାଙ୍କୁ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ସଂରକ୍ଷଣ, Group C ଓ D ବିଭାଗ ନିମନ୍ତେ ପିଲାଙ୍କୁ ନିଜ ଜିଲ୍ଲାରେ ଚାକିରୀ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଗଲା । ଆସନ୍ତା ଅକ୍ଟୋବର 28 ତାରିଖରେ ବୋରିଗୁମ୍ମା ବ୍ଲକର ପ୍ରତ୍ୟେକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରିଚାଳିତ ବିଦ୍ୟାଳୟ ଗୁଡିକରେ ଅଭିଭାବକମାନେ ଉପରୋକ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଲାଙ୍କୁ ନଛାଡିବାକୁ ଅଭିଭାବକମାନଙ୍କ ଦ୍ଵାରା ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବ୍ଲକ ସ୍ତରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଭାପତି ଭାବେ ଶ୍ରୀଯୁକ୍ତ ନାଗରାଜ ଦୋରା, ସମ୍ପାଦକ ଭାବେ ତୁଷାରକାନ୍ତ କୁମ୍ବ୍ରିକା ଏବଂ ସାଂଗଠନିକ ସଭ୍ୟ ଭାବେ ପ୍ରସାଦ ବିଡ଼ିକା, ଦିପ୍ତିମୟୀ ନାୟକ, ନରେନ୍ଦ୍ର ବିଷୋୟୀ, ରାମକୃଷ୍ଣ ଭତରା, ସୂର୍ଯ୍ୟ ବିଷୋୟୀ, ବିବେକାନନ୍ଦ ପଟ୍ଟନାୟକ, ଭୂପେନ ଜାନୀ, ତୁଳା ଭତରା , ଧନପତି ନାୟକ, ସତ୍ୟନାରାୟଣ ନାୟକ, କମଲୁ ଜାନୀ, ଧନପତି ପୂଜାରୀ ଏବଂ ରାମ ଜାନୀଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ନବରଙ୍ଗପୁର ସହୀଦ ସ୍ଵାଧୀନତା ସଂଗ୍ରାମୀର ସଭାପତି ମନୋରଂଜନ ତ୍ରିପାଠୀ, ଅବିଭକ୍ତ କୋରାପୁଟ ଆଦିବାସୀ ସଂଘ ସଭାପତି ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ନବରଙ୍ଗପୁର ଆବାହକ ଅର୍ଜୁନ ଭତ୍ରା ଏବଂ ଜନଜାତି ସୁରକ୍ଷା ମଞ୍ଚର ଉପସଭାପତି ରତନ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । ଯଦି ସରକାର କର୍ଣ୍ଣପାତ ନକରନ୍ତି ତେବେ ଆଗାମୀ ଆନ୍ଦୋଳନ ତୀବ୍ରତର ହୋଇ ଜନ ଆନ୍ଦୋଳନର ରୂପ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ ।