ବାତ୍ୟା କ୍ଷତିଗ୍ରସ୍ଥଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପରେ ଆବଶ୍ୟକତା ଜିନିଷ ପ୍ରଦାନ….

ରାଇରଙ୍ଗପୁର(ଉତ୍ତମ ରାମ): ବାତ୍ଯା ‘ଦାନା’ର ପ୍ରଭାବ ନିଭିନ୍ନ ଜିଲାରେ ଦେଖିବାକୁ ମିଳିଛି l ହେଲେ ରାଇରଙ୍ଗପୁର ସହର ମଧ୍ଯ ଏଥିରୁ ବାଦ ପଡିନାହିଁ l କଚ୍ଚାଘର ଓ ଛଣଚାଳ ଘର ବାତ୍ୟାରେ ବେଶେଷ ଭାବେ କ୍ଷତି ଗ୍ରସ୍ଥ ହୋଇଛି l ଏହି ବାତ୍ୟାରେ ବେସାହାରା ଲୋକମାନଙ୍କୁ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ, ଉପାଧ୍ଯକ୍ଷ ଏବଂ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପୁରୁଣାଘାଟୀସ୍ତ ରାଇରଙ୍ଗପୁର କଲେଜ, ପିସିଏମ୍ କଲ୍ଯାଣ ମଣ୍ଡପ, ଅଳଁଡୁବା ବାଦାମବାଇ ସରକାରୀ ୟୁପି ସ୍କୁଲ, ମନ୍ଦିରସାହି ପ୍ରାଥମିକ ବିଦ୍ଯାଳୟ ତଥା ଅନ୍ଯାନ୍ଯ ସହାୟତା କେନ୍ଦ୍ରରେ ସେମାନଙ୍କୁ ରଖି ଯାଇ ଥିଲା l ବାତ୍ୟା କ୍ଷତି ଗ୍ରସ୍ତାଙ୍କୁ ରାଇରଙ୍ଗପୁର ମ୍ଯୁନିସିପାଲିଟିର କର୍ମଚାରୀଗଣ ତନ୍ମୟ କୁମାର ସାହୁ, ମନୋଜ କୁମାର ମଣ୍ଡଳ, କ୍ରିଷ୍ଣା ରାମ, ପ୍ରଦୀପ କୁମାର ଦାସ, ଅମିତ କୁମାର ସେଠୀ, ନେତ୍ରାନନ୍ଦ ଗିରି, ଆଶାକର୍ମୀ ସଂଜୁ ବେହେରା, ଆଶାଲତା ପରିଡା, ବିମଳା ଲୋହାର, ନମିତା ଗିରି, ସଂଯୁକ୍ତା ମହାନ୍ତ, ପ୍ରମିଳା ଟୁଡୁ, ମୀନାକ୍ଷୀ ମହାନ୍ତ, ଚାନ୍ଦମଣି ନାଏକ, ସ୍ବପ୍ନା ମହାନ୍ତ, କବିତା ମଞ୍ଜରୀ ମାଝୀ, ଅଙ୍ଗନବାଡିକର୍ମୀ ମାହି ମାର୍ଣ୍ଡି, ସୁଭଦ୍ରା ବେହେରା, ସ୍ବଚ୍ଚ ସାଥୀ ସୌଦାମିନୀ ତ୍ରିପାଠୀ, ନୀତାରାଣୀ ମହାନ୍ତ, ଶୈଳବାଳା ନାଏକ ଓ ଶର୍ମିଠା ମହାନ୍ତ ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ l ଅନ୍ତେବାସୀମାନଙ୍କୁ ସକାଳେ ଗୁଡ, ଚୁଡା, ବିସ୍କୁଟ ଓ କଦଳୀ, ସନ୍ଧ୍ଯାରେ ପାଆରୁଟି ଓ ଜାମ୍, ଦ୍ବିପହର ଓ ରାତ୍ରରେ ଭାତ, ଡାଲମା ଓ ଖଟା ଦିଆଯାଉଥିବା କର୍ମଚାରୀ ସୂଚନା ଦେଇଥିଲେ l ଗତ ୨୪ ତାରିଖ ସମସ୍ତ ସହାୟତା କେନ୍ଦ୍ରରେ ପାଖାପାଖି ୩୦୦ ଜଣ ଲୋକ ରହିଥିବା ବେଳେ ୨୫ ତାରିଖରେ ୨୦୦ ଜଣ ପାଖାପାଖି ଲୋକ ରହିଥିଲେ l ସୂଚନାଯୋଗ୍ଯ ବନ୍ଯାର କରାଳ ଛାୟାରେ ସେମାନେ ନିଜ ଧନସଂପତ୍ତି, ଆସବାବପତ୍ର ଓ ଧନ ସମ୍ପତି ଦେଖିବାପାଇଁ  ଘରକୁ ଯାଇଥିଲେ l ଏହି ସମୟରେ ପୁଲିସ ପ୍ରଶାସନ ସହାୟତ କେନ୍ଦ୍ରମାନଙ୍କରେ ରହି ଶାନ୍ତିଶୁଙ୍ଖଳା ରକ୍ଷା କରିଥିଲେ l ଏହିପରି ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକମାନଙ୍କରେ ମଧ୍ଯ ବନ୍ଯା ସହାୟତା କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଆବଶ୍ୟକତା ଜିନିଷ ଯୋଗାଇ ଦିଆଯାଇଥିଲା l