ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ରା.ଉଦୟଗିରିବ୍ଲକ ଅନ୍ତର୍ଗତ ଛେଲାଗଡ ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ତଥା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ନାଏବ ସରପଞ୍ଚଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ରା.ଉଦୟଗିରି ବିଡିଓ ଲରିମନ ଖର୍ସଲ, ସମାଜସେବୀ ତଥା ଗଜପତି ବିଜେଡି ସଭାପତି ଜଗବନ୍ଧୁ ଦାସ, ସିଡିପିଓ ଲଳିତା ପୂଜାରୀ, ବିଏସଏସଓ ଅରୁଣ ଉଦୟଭାନୁ ଉପସ୍ଥିତଥିଲେ । ସମସ୍ତ ଲାଇନ ଡିପାର୍ଟମାଣ୍ଟର ଅଧିକାରୀଗଣ ମଧ୍ୟ ଉପସ୍ଥିତ ଥିଲେ । ଅତିଥୀଗଣ କାର୍ଯ୍ୟକ୍ରମର ସମସ୍ତ ଉପକାରିତାକୁ ନେଇ ନିଜ ନିଜ ଅବିଭାଷଣ ରଖିଥିଲେ । ପରେ ୫୦ ଜଣ ହିତାଧିକାରୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ୨୨ ଜଣଙ୍କୁ କୃତଜ୍ଞତା ପତ୍ର, ସ୍ବଛ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଆଧାରିତ ସାଂସ୍କୃତିକ ଓ କୁଇଜ କୃତୀ ପ୍ରତିଯୋଗୀ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ପଦାନ କରାଗଲା । ଶେଷରେ ବିଡିଓ ଶ୍ରୀ ଖର୍ସଲ ଉପସ୍ଥିତ ଜନତାଙ୍କୁ ସ୍ବଛ୍ଛତା ଲାଗି ଶପଥ ପାଠ କରାଇଥିଲେ ଓ ସମସ୍ତେ ମିଶି ଜାତୀୟ ସଙ୍ଗୀତ ଗାନ କରି ସଭାସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶଶାଙ୍କ ସୁବୁଦ୍ଧି ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।