ଗାନ୍ଧି ଜୟନ୍ତୀ ଉପଲକ୍ଷେ ରାମଗିରି ରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ମେଡିକାଲ କ୍ଳବ ବିଜୟୀ…..

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ହାଇସ୍କୁଲ ପଡିଆରେ ପୁଲିସ କ୍ଲବ ଏବଂ ମେଡିକାଲ କ୍ଲବ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପୁଲିସ କ୍ଲବର କ୍ୟାପଟେନ ଜି. ଗଜପତି ଦୋରା ଏବଂ ମେଡିକାଲ କ୍ଲବର କ୍ୟାପଟେନ ବ୍ରଜରାଜ କର ରହିଥିଲେ । ପ୍ରଥମେ ପୁଲିସ ଦଳ ବ୍ୟାଟିଂ ୧୦୭ ରନ କରିଥିବା ବେଳେ ମେଡିକାଲ ଦଳ ୧୦୮ ରନ କରି ପୁଲିସ କ୍ଳବକୁ ପରାସ୍ତ କରିଥିଲେ । ପୂର୍ବରୁ ଗତ ଅଗଷ୍ଟ ପନ୍ଦର ତାରିଖ ଦିନ ମଧ୍ୟ ପ୍ରଥମ କରି ଏ ଦୁଇଦଳ ମଧ୍ୟରେ କ୍ରିକେଟ ମ୍ୟାଚ ହୋଇ ଥିଲା l ସେଥିରେ ମଧ୍ୟ ଏହି ମେଡିକଲ ଦଳ ବିଜୟୀ ହୋଇଥିଲା । ଆଜିର ଏହି କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ରାମଗିରି ଅଞ୍ଚଳରର ଶତାଧିକ କ୍ରିକେଟ ପ୍ରେମୀ ଖେଳ ଶେଷ ହେବାଯାଏ ରହି ଅତି ଉତ୍ସାହର ସହ ଖେଳ ଉପଭୋଗ କରିଥିଲେ ।