କଳିଙ୍ଗ ମହାବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳିଙ୍ଗ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, ଏନ୍.ଏସ୍.ଏସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ଗାନ୍ଧିଜୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ତ୍ୟାଗମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ମହତ୍ତ୍ୱ ବିଷୟରେ କହିଥିଲେ । ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ ମୁଠାମାଝି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଏବଂ ଅଧ୍ୟାପିକା ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସହରର ମଧ୍ୟ ସ୍ଥଳରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଅଧ୍ୟକ୍ଷ ମାଲ୍ୟାର୍ପଣ କରିବା ସହିତ ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ପଦଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଅନୀତା ପଟ୍ଟନାୟକ,ଝୁନୁମା ପ୍ରଧାନ, ପ୍ରଜ୍ଞା ପରମିତା ସାହୁ, ଅଧ୍ୟାପକ ବିନାୟକ ବିଶ୍ୱାଳ, ସଂଗ୍ରାମ କେଶରୀ ପଣ୍ଡା, ଆବେଦ୍ ମଣ୍ଡଳ, ନିରଞ୍ଜନ ମହାରଣା ସହଯୋଗ କରିଥିଲେ ।