ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦାନଝୋଲା ଗ୍ରାମ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମହାତ୍ମା ଗାନ୍ଧୀ ଫଟୋ ଚିତ୍ରରେ ପୂଜାର୍ଚନା ଓ ଗାନ୍ଧୀଜୀଙ୍କ ଫଟୋ ଧରି ଗ୍ରାମ ଶୋଭାଯାତ୍ରା କରାଯାଇଥିଲା।ଗ୍ରାମ ରାସ୍ତା ସଫେଈ କାର୍ଯ୍ୟକ୍ରମ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମଦର ଟେରେସା ସମ୍ପାଦକ ଶେଷଦେବ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମର ଭଦ୍ର ବ୍ୟକ୍ତି ଓ ସଂଗ୍ରାମୀମାନେ ଯୋଗଦାନ କରିଥିଲେ ଓ ସଙ୍ଗଠନ କାର୍ଯ୍ୟକର୍ତା ସତ୍ୟବ୍ରତ ସାମଲ, ଫକୀର ରାଉତ, ଜୟମଣ୍ଡଳ ନାଗ ଓ ଗ୍ରାମର ଅନ୍ୟାନ୍ୟମାନେ ବିଶେଷ ସହଯୋଗ କରିଥିଲେ ।