କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ କୁଲେରଗୁଡ଼ା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଚମ୍ପେଶ୍ୱର୍ ନାଏକଙ୍କ ସଂଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, ସୃଜନଶୀଳ ଲିଖନ, ଦଳଗତ ନୃତ୍ୟ ଏବଂ ମଧ୍ୟାହ୍ନ ଭୋଜନ ଚିତ୍ର କଳା ଓ ଶିଳ୍ପ କଳା ପ୍ରତିଯୋଗିତା ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଖିରସିନ୍ଧୁ ସୋରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ l ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ କୋକସରା ବିଇଓ ଶ୍ରୀ ରଶ୍ମିତା ନେତାମ, ସମ୍ମାନିତ ଅତିଥି ଭାବରେ ଏବିଇଓ ଶ୍ରୀ ତୋଫାନ ମାଝୀ ଯୋଗଦେଇଥିଲେ l ସହଯୋଗରେ ଆମ୍ବେଦକର ପୂଝାରୀ, କମଲେସ ମହାନନ୍ଦ, ମଦନଲାଲ୍ ନାଏକ ରାଜାରାମ ପାଣିଗ୍ରାହୀ, ରଶ୍ମିରଞ୍ଜନ ନାଏକ, ନେତ୍ରାନନ୍ଦ ଧରୁଆ, ଦୁର୍ଯୋଧନ ସୋରି, ଲୋପାମୁଦ୍ରା ସ୍ୱାଇଁ, ଘାସିରାମ ନାଏକ, ଚନ୍ଦ୍ରଭାନୁ ନାଏକ, ଜୟ ମେହେର, ବବୃ ସାହୁ, ମହାବୀର ରଣା, ଦୀନବନ୍ଧୁ ନାଏକ, ସୁଦାମ ମାଝୀ, ଖିରସିନ୍ଧୁ ବଣୁଆ ଏବଂ ଅଜୟ ମାଝୀ ମଞ୍ଚ ପରିଚାଳନା କରିଥିଲେ l