କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଆମପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶିଶୁ ମହୋତ୍ସବ ସିଉନୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆମପାଣି ସିଆରସିସି କେଦାରନାଥ ନାଏକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଅଛି । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ରୂପେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରଓ୍ବାଲ ଯୋଗଦାନ କରିଥିବା ବେଳେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ମୂଖ୍ୟବକ୍ତା ରୂପେ ଯୋଗଦାନ କରି ଏହି ସୁରଭି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ବିଶେଷ ସହାୟକ ହୋଇପାରିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଆମପାଣି କ୍ଲଷ୍ଟର ଅନ୍ତର୍ଗତ ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ବକୃତା, ସାଧାରଣ ଜ୍ଞାନ, ଚିତାଙ୍କନ, ରଚନା, ସଙ୍ଗୀତ, ନୃତ୍ୟରେ ଭାଗ ନେଇ ଥିଲେ । କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପୁରୋହିତ, ଭାଗ୍ୟବାନ ବାଗ, ସୁରଜ କୁମାର ତାଣ୍ଡି, ବୈଜୟନ୍ତି ଖମାରୀ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ସମସ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି ସଂଯୋଜନା କରିଥିଲେ ପରିଶେଷରେ ସିଉନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ସରାବୁ ଧନ୍ୟବାଦ ଅର୍ପଣ କରିଥିଲେ l