ବଡକଳାକୋଟ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡକଳାକୋଟ ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ଵତନ୍ତ୍ର ଗ୍ରାମ ସଭାକୁ ସରପଞ୍ଚ ଶ୍ରୀମତି ଶୁଭନ୍ଵିତା ରଇତ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଡକଳାକୋଟ ଗ୍ରାମ ପଞ୍ଚାୟତ ଅଧୀନ 200ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇଥିଲେ । ଆଜିର ସ୍ଵତନ୍ତ୍ର ଗ୍ରାମ ସଭାରେ ବୟସ୍କ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଆଗାମୀ ଆର୍ଥିକ ବର୍ଷର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରଯାଇଥିଲା । ତତ୍ ସହିତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଇ ଲୋକଙ୍କୁ ପରିବେଶ ପରିଷ୍କାର ରଖିବାକୁ ସଚେତନ କରାଯାଇଥିଲା । ଜଙ୍ଗଲ ଗ୍ରାମରେ ଏକ ଆବର୍ଜନା କୁଣ୍ଡ ଉଦଘାଟନ ମଧ୍ୟ କରାଯାଇଥିଲା । 100ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇ ଲୋକଙ୍କୁ ବୃକ୍ଷ ରୋପଣ ଓ ଏହାର ଉପକାରିତା ସମ୍ପର୍କରେ ଅବଗତ କରା ଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହିତ ବଡକଳାକୋଟ ସମିତି ସଭ୍ୟ ବେର୍ଣିକ ଗମାଙ୍ଗ, ପଂଚାୟତ ନିର୍ବାହୀ ଅଧିକାରୀ, ପ୍ରେମ୍ ଅନୁଷ୍ଠାନ ସ୍ବେଛାସେବୀ ସାହେବ୍ ବିଷୋୟୀ ଏଵଂ ବିଭିନ୍ନ ବିଭାଗର କର୍ମଚାରୀ ଓ ପିରାମଲ ଫାଉଣ୍ଡେସନର ସଂଯୋଜକ ଉପସ୍ଥିତ ଥିଲେ ।