ତନରଡା ଗୋରକ୍ଷାଶ୍ରମରେ ୫୧ କୁଣ୍ଡୀୟ ବୈଦିକ ମହାଯଜ୍ଞ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଶ୍ରୀବତ୍ସ ଗୋରକ୍ଷାଶ୍ରମରେ ମଙ୍ଗଳବାର ୫୧ କୁଣ୍ଡୀୟ ସନାତନ ବୈଦିକ ମହାଯଜ୍ଞ ଏବଂ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ ତମ ଜୟନ୍ତୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ମହାନ୍ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ଦ୍ଵାରା ପ୍ରତିଷ୍ଠିତ “ଶ୍ରୀବତ୍ସ ଗୋରକ୍ଷାଶ୍ରମ ” ତନରଡା ୧୦୧ ତମ ବର୍ଷ ପୂରଣ କରିବା ସହ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ ତମ ଜନ୍ମଜୟନ୍ତୀ ଅତ୍ୟନ୍ତ ଭବ୍ୟ ସହକାରେ ପାଳିତ ହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଂଖ୍ୟାଧିକ ସାଧୁସନ୍ଥ , ବିଦ୍ୱାନ, ଧର୍ମ ପ୍ରେମୀ ସଜ୍ଜନ ଏହି ଦ୍ଵିଦିବସୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ମହାଯଜ୍ଞରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ତଥା ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ସରକାରଙ୍କ ପକ୍ଷରୁ ଶ୍ରୀବତ୍ସ ଗୋରକ୍ଷାଶ୍ରମର ବୃହତ ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏଥି ସହିତ ନିଜର ଏକ ମାସିକ ବେତନର ସମସ୍ତ ଅର୍ଥ ରାଶି ଚେକ୍ ମାଧ୍ୟମରେରେ ଆଶ୍ରମକୁ ଦାନ କରିଥିଲେ । ଗୋରକ୍ଷାଶ୍ରମର ସଭାପତି ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବଙ୍କ ତତ୍ୟବଧାନରେ ସମସ୍ତ କାଯ୍ୟ ପରିଚାଳନା ହୋଇଥିଲା ।