ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ କ୍ରୀୟା ହୋଇଥିଲା ଓ ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପଢି, ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ(ରେଜିଷ୍ଟ୍ରାର)ପିତାମ୍ବର ଭୋଇ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶରତ ଚନ୍ଦ୍ର ନାୟକ, ଓଡ଼ିଶା ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଗଜେନ୍ଦ୍ର ପାଢ଼ୀ, ବରିଷ୍ଠ ନାଗରିକ ସଂଘ ସଭାପତି ସନ୍ତୋଷ କୁମାର ରଥ, ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ ସଂଘ ସଭାପତି ପ୍ରମୁଖ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କୋହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦ ଜଣ ନୂତନ ମଧୁ ବାବୁ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ ୫୮ ଜଣ ଦିବ୍ୟାଙ୍ଗଙ୍କୁ ସ୍ଵୟଂ ନିୟୋଜନ ଉପକରଣ ଦିଆ ଯାଇ ଥିଲା । କାର୍ଯ୍ୟକ୍ରମରେ ଦୁଇ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।