କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ଉଦ୍ଘାଟିତ…

ଭବାନୀପାଟଣା(ତୁଳମଣି ନାଗ): କକଳାହାଣ୍ଡି ଅଜେନ୍ସି ଫର୍ ଏଁନଭାର୍ମେଣ୍ଟ ଏଣ୍ଡ ୱାଇଲ୍ଡ ଲାଇଫ  ପକ୍ଷ ରୁ ପାଳିତ ହେବାକୁ ଥିବା ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ( ୧ ଅକ୍ଟୋବର ରୁ ୮ ଅକ୍ଟୋବର)ର ଉଦ୍ଘାଟନୀ କାର୍ଯକ୍ରମ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆ ମୂଲ୍ ରାମପୁର ବ୍ଲକର ପେର୍ମଞ୍ଜି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି  l  ଏହି ଉଦ୍ଘାଟନ କାର୍ଯକ୍ରମରେ କର୍ଲାପଟ୍ଟ ବନାଧିକାରୀ ବିଜୟ କୁମାର ଗୋପାଳ, ବନ ରକ୍ଷୀ ଉମାକାନ୍ତ ପାଣିଗ୍ରାହୀ, ପ୍ରକୃତି ବନ୍ଧୁ        ଡୋଲାମଣି ସାହୁ, ପେରମଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର କାମପାଳ, ସହକାରୀ ଶିକ୍ଷକ ଅମିତ୍ କୁମାର ସେଠୀ, ସୋମିତ୍ର ଖୁଣ୍ଟିଆ, ଗୁଣପୁର ଶାସ୍ତ୍ରୀ ଜୀ ଯୁବକ ସଂଘର ସଭାପତି ରଥ ଦୁରିଆ ପ୍ରମୁଖ ସପ୍ତାହ  ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାର୍ଯକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ l କଳାହାଣ୍ଡି ଏଜେନ୍ସି ଫର୍ ଏନଭାରମେଣ୍ଟ ଏଣ୍ଡ ୱାଇଲ୍ଡ ଲାଇଫ ପକ୍ଷରୁ ପାହାଡ଼ ତଳି  ଗାଁ ଗୁଡିକରେ  ପଥପ୍ରାନ୍ତ ସଭା, ପଥପ୍ରାନ୍ତ ବାର୍ତ୍ତା, ଗ୍ରାମସଭା ଓ ଲିପ ଲେଟ୍ ବଣ୍ଟନ କରି ଜନ ସଚେତନ କାର୍ଯକ୍ରମ ମାନ ଆୟୋଜନ କରିବେ ବୋଲି କେଫ୍ୟୁ ର ପ୍ରତିନିଧି ସୂଚନା ଦେଇଛନ୍ତି l ଏହି ଅବଧି ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୫ ଓ ତାହାର ଅବମାନନା କିମ୍ବା ଉଲଂଘନ ସମ୍ପର୍କରେ ଜନ ସଚେତନ କରିବାକୁ ପ୍ରକୃତିବନ୍ଧୁ ଡୋଳାମଣି ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ l ଏହି କାର୍ଯକ୍ରମକୁ ଅମିତ କୁମାର ସେଠୀ ପରିଚାଳନା କରିଥିବା ବେଳେ ସୌମିତ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।