ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ସଦର ବ୍ଲକ ଅନ୍ତର୍ଗତ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଚିହ୍ନଟି ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ମାର୍ଗଦର୍ଶନରେ ଓ ନୂଆପଡା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହେମାଗର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଶିବିରରେ ନୂଆପଡା ବ୍ଲକର ୯୦ ଜଣ ଦିବ୍ୟାଙ୍ଗ ଛାତ୍ରଛତ୍ରୀ ଓ ତାଙ୍କ ମାତାପିତା ଯୋଗ ଦେଇଥିଲେ l ନୂଆପଡା ଗୋଷ୍ଠୀ ଅଧିକାରୀ ଶ୍ରୀ ହେମାସାଗର ମହାନନ୍ଦ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ହେମନ୍ତ କୁମାର ଭୋଇ, ALIMCO ଭୁବନେଶ୍ୱର ଚିହ୍ନଟି କରଣ ପାଇଁ ଆସିଥିବା ଡକ୍ଟର ସୋମନାଥ, ଡକ୍ଟର ଧରିତ୍ରୀ ଗଡତ୍ୟା, ବିଶ୍ଵ ରଞ୍ଜନ ପୃଷ୍ଟି ଯୋଗଦେଇ ଶିବିରରେ ଚିହ୍ନଟ ହୋଇଥିବା ଦିଵ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରିଥିଲେ l ଏଥିରେ ଉପସ୍ଥିତ ସମସ୍ତ ଦିଵ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କରି ତିନି ଚକିଆ ଗାଡ଼ି ୧ଟି, ହୁଇଲ ଚେୟାର ୬ଟି, ସିପି ଚେର ୧୦ଟି, ବ୍ଳ୍ଇଣ୍ଡ କିଟ ୬ଟି, ସ୍ମାର୍ଟ କାନେ ୬ଟି, ହେୟାରଞ୍ଜାଇଡ ୪୦ଟି, crutches୩ଟି, MSID କିଟ୍ ୨୦ଟି ଉପକରଣ ବଣ୍ଟନ କରାଯାଇଥିଲା । ନୂଆପଡା BRT ଶ୍ରୀ ଉପେନ୍ଦ୍ର ସାମଲ ଓ କାର୍ତ୍ତିକ ବିଶ୍ବାଳ ପରିଚାଳନା କରିଥିବା ବେଳେ ବୈକୁଣ୍ଠ ଖର୍ସେଲ, ଡଗେଶ୍ୱର ସାହୁ, କାମଦେବ ଦେୱାଙ୍ଗନ୍, କେଜି ପଟେଲ, କୁମାରୀ ବାଇ ସତନାମୀ ଓମ୍ ପ୍ରକାଶ ବାରିକ, ରେଣୁବାଳା ସାମଲ, ସୁରେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।