ନୂଆପଡା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା ପ୍ରଶାସନ, ପୁଲିସ, ଶ୍ରମ ବିଭାଗ ଏବଂ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫର ସହାୟତାରେ ଭଁଇସମୁଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ଓ ଶିଶୁ ଚାଲାଣ ପ୍ରତିକାର ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଲମ୍ବୋଧର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ, ଯୋଗେନ୍ଦ୍ର ମାଝୀ ଉପଜିଲ୍ଲାପାଳ ନୂଆପଡ଼ା, ପଞ୍ଚାୟତ ସମିତି ଅଧ୍ୟକ୍ଷ ତାରେଶ୍ଵରୀ ସାହୁ, ଜିଲ୍ଲା ପରିଷଦ ସଭ୍ଯ ଭରତଲାଲ ସାହୁ, ଉମା ଠାକୁର, ଏଡ୍ ଏଟ୍ ଆକ୍ସନ୍ ର ବରିଷ୍ଠ ରାଜ୍ୟ ସଂଯୋଜକ ଜ୍ୟୋତି ପ୍ରକାଶ ବ୍ରହ୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥଲେ । ଜିଲ୍ଲାକୁ ଦାଦନମୁକ୍ତ କରିବା ପାଇଁ ସମସ୍ତ ବିଭାଗ ପ୍ରୟାସ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗିୟ ଅଧିକାରୀ, ପୁଲିସ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ, କିଶୋରୀ ବାଳିକା, ଏନଏସଏସ ଛାତ୍ର, ପ୍ରବାସିକ ଶ୍ରମିକ, ସରପଞ୍ଚ, ସମତି ସଭ୍ୟ ଉପସ୍ଥିତ ଥିଲେ । ଏହି ଅବସରେ ଜିଲ୍ଲା ଶ୍ରମ ବିଭାଗ ଦ୍ବାରା ପ୍ରବାସି ଶ୍ରମିକ ନିମନ୍ତେ ଏକ ସଚେତନତାର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ସଭା ପରିଚାଳନା କରିଥିଲେ ଓ ଭଁଇସମୁଣ୍ଡୀ ସରପଞ୍ଚ ଧନ୍ୟବାଦ ଦେଇଥିଲେ ।