ସୁନ୍ଦରଗଡ଼ରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ, ପୋଷଣ ଯୁକ୍ତ ଖାଦ୍ୟ ତଥା ସନ୍ତୁଳିତ ଖାଦ୍ୟ ଉପରେ ଗୁରୁତ୍ଵାରୋପ….
ସୁନ୍ଦରଗଡ(ଦେବେନ୍ଦ୍ର ଭିତିରିଆ): ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ବିକାଶ ଭାବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ମହାଜନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଉପସ୍ଥିତ ରହି ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଉପସ୍ଥିତ ରହି ଶିଶୁ ଓ ମହିଳାଙ୍କ ଯତ୍ନ ଏବଂ ପୋଷକ ତତ୍ଵ ଖାଦ୍ଯ ଖାଇବା ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ, ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ ସ୍ଵାଗତ ଭାଷଣ ଦେଇ ପୋଷଣ ମାସ ପାଳନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉ କି ଏହି ପୋଷଣ ମାସ ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଅଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ.ଚୁଳାବତୀ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସୂଚନା ଅଧିକାରୀ ଶ୍ରୀମତୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀଙ୍କ ଖାଦ୍ଯରେ ସନ୍ତୁଳିତ ଖାଦ୍ଯ, ମିଲେଟ ପ୍ରସ୍ତୁତ ଖାଦ୍ଯ, ସବୁଜ ପନିପରିବା ଇତ୍ୟାଦି ବହୁ ପରିମାଣରେ ସାମିଲ କରିବା ନିମନ୍ତେ ଗୁରୁତ୍ଵାରୋପ କରିଥିଲେ। ଏହି ପୋଷଣ ମାସ କାର୍ଯକ୍ରମକୁ ଶ୍ରୀମତୀ ସୁଶିଳା ରଥ, ପ୍ରୋଗ୍ରାମ ଅଫିସର ପରିଚାଳନା କରିଥିଲେ ଏବଂ ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଚୁଲେଶ୍ଵରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମୁଖ୍ୟ ସେବିକା, ବ୍ଲକ ସଂଯୋଜକ ପୋଷଣ, ଅଙ୍ଗନବାଡି କର୍ମୀ, କିଶୋର, କିଶୋରୀ, ଜିଲ୍ଲା ସଂଯୋଜକ ପୋଷଣ ଗୁଣସାଗର ପ୍ରଧାନ, ସହ ସଂଯୋଜକ ପୋଷଣ ସୁନିତା ପଟେଲ ଏବଂ ସମସ୍ତ ପ୍ରୋଗ୍ରାମ ଅଫିସର ଏବଂ ଜିଲ୍ଲା ସ୍ତରୀୟ କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ଶିବିର ମଧ୍ୟ ଆୟୋଜନ କରଯାଇଥିଲା, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇକେଲ ରାଲି ଏବଂ ଏସଏଚଜି ମହିଳାମାନଙ୍କ ଦ୍ଵାରା ପଦଯାତ୍ରା ଅନୁଷ୍ଠିତ ହୋଇ ପୋଷଣର ଗୁରୁତ୍ଵ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରଯାଇଥିଲା । ସେହିଭଳି କିଶୋର କିଶୋରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗୀତା କରିଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ବିତର୍କ, ରଙ୍ଗୋଲି, ଖାଦ୍ଯ ପ୍ରଦର୍ଶନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନକୁ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ ଏବଂ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରଯାଇଥିଲା । ଏସଏଚଜିମାନଙ୍କ ଦ୍ଵାରା ଶ୍ରୀଅନ୍ନ, ମିଲେଟ ପ୍ରସ୍ତୁତ ଖାଦ୍ଯ ପ୍ରଦର୍ଶନ କରଯାଇଥିଲା ଏବଂ ପ୍ରଦର୍ଶିତ ଖାଦ୍ଯ ଗୁଡିକ ଅତିଥିମାନଙ୍କ ଦ୍ଵାରା ଉଚ୍ଚ ମଧ୍ୟ ପ୍ରଶଂସିତ ହୋଇଥିଲା ।ସେହିଭଳି ସମସ୍ତ ଅଂଶ ଗ୍ରହଣକାରୀମାନେ ମିଲେଟ ପ୍ରସ୍ତୁତ ଖାଦ୍ୟ ର ମଜା ନେଇଥିଲେ ।