ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ, ଅଞ୍ଚଳରେ ଆତଙ୍କ…

କୋକସରା(ତ୍ରିଲୋକ୍ୟା ବେଶ୍ରା):  କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ କିଛି ଦିନ ହେବ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି | ଘଟଣାକୁ ନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କୁଅଁର ଓ ଆମପାଣି ବନ ବିଭାଗ ଏବଂ ବେହେରା ବନ ବିଭାଗ କର୍ମଚାରୀ ଆମପାଣି ପହଞ୍ଚି  ଭାଲୁ ଉପରେ ନଜର ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନ କରୁଥିବା ଦେଖିବାକୁ ମିଳିଛି | ଭାଲୁଟି କେତେ ବେଳେ ଗାଁରେ ପଶି ଯାଉଛି ତ କେତେବେଳେ ଜାତୀୟ ରାଜପଥ ୨୬ ରାସ୍ତା ଉପରେ ଚାଲି ଆସୁଛି | ଯାହାକୁ ନେଇ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି। |ଏନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ଆମେ ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଲୋକଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରୁଛୁ । ଓ ଭାଲୁ କେମିତି  ଶୀଘ୍ର ଜଙ୍ଗଲ ମୁହାଁ ହେବ ତାହାରି ଉପରେ ଆମରି ନଜର ରହିଛି ବୋଲି କହିଛନ୍ତି ।