କଳାହାଣ୍ଡି ଭତରା ସମାଜ ଲଡୁ କରିଆ ବଂଶୀୟଙ୍କ ନୂଆଁ ଖାଇ ଭେଟଘାଟ : ସମ୍ପର୍କକୁ ସୁଦୃଢ଼ କରୁଛି ଭେଟ ଘାଟ, ଏକତ୍ରିତ ହେଲେ ୫୬୫ ପରିବାର ଦୁଇ ହାଜରରୁ ଉର୍ଦ୍ଧ ସଦସ୍ୟ….
କୋକସରା(ତ୍ରିଲୋକ୍ୟା ବେଶ୍ରା): ନୂଆଁଖାଇ ଗଣ ପର୍ବ ଶେଷ ହୋବା ପରେ ଏବେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟର ଆୟେ।ଜନ କରି ସମାଜର ବନ୍ଧୁ ବର୍ଗ ପରିଜନକୁ ନେଇ ସମ୍ପର୍କ ଯୋଡ଼ି ସମାଜ ସଂଗଠନ ଏକତ୍ରିତ ହେଉଛନ୍ତି । ଏହି ପରିପ୍ରେଖିରେ ନବରଙ୍ଗ ପୁର ଜିଲ୍ଲାର ୪୨ ଖଣ୍ଡ ଗ୍ରାମର ବସ୍ତର ଜିଲ୍ଲା ୫ ଖଣ୍ଡ ଓ କଳାହାଣ୍ଡି ଜିଲ୍ଲାର୨୨ ଖଣ୍ଡ ଗ୍ରାମର ୫୬୫ ପରିବାର ଲଡୁକରିଆ ମାଝୀ ବଂଶଜର ପ୍ରାୟ ୨୦୦୦ ଲୋକ ସାମିଲ ହୋଇ ଭାଇଚାରାର ନିଦର୍ଶନ ଦେଖାଇଛନ୍ତି । ଏକ ନୂଆଁଖାଇ ଭେଟ ପାଇଁ ଜୟପାଟଣା ବ୍ଲକ ରେଙ୍ଗାପାଲି ଧାନ ମଣ୍ଡିରେ କଳାହାଣ୍ଡି ଭତରା ସମାଜର ଲଡୁକରିଆ ମାଝୀ ବଂଶଜଙ୍କ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମାଜର ଆରଧ୍ୟ ଦେବ ଭୈରବ ଦେବଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଥିବା ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ମାଝୀ ବଂଶୀୟ ମୁଖ୍ୟ କର୍ମକର୍ତ୍ତା ବନ ମାଳି ମାଝୀଙ୍କ ଉପସ୍ଥିତରେ ବଂଶୀୟ ସମ୍ପାଦକ ମହେନ୍ଦ୍ର ମାଝୀ ଅତିଥି ପରିଚୟ ଲଡୁ କରିଆ ମାଝୀ ବଂଶଜ ସଭାପତି ତୋଫାନ ମାଝୀ ସ୍ବାଗତ ଭାଷଣ ଦେଇ ଥିବା ବେଳେ ନବରଙ୍ଗ ପୁରର ବ୍ଲକ ପୂର୍ବତନ ଚେୟାରମେନ ଭାଗିରଥି ନାଏକ ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ସଭାପତି ନିଳକଣ୍ଠ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଥିଲେ । କେନ୍ଦ୍ରୀୟ ସଭାପତି ଗରୁଡ଼ ଧ୍ୱଜ ମାଝୀ, ଇନ୍ଦ୍ରାବତୀ ବାମ ମୁଖ୍ୟକେନାଲ ବିଭାଜନ ୧- ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଭତରା ସମାଜର ଜିଲ୍ଲା ସଂପାଦକ ଋତୁ ରାଜ ମାଝୀ, ପୂର୍ବତନ ସମ୍ପାଦକ ସୁଶାନ୍ତ କୁମାର ମାଝୀ, ଆଞ୍ଚଳିକ ସଭାପତି ଗୋପାଳକୃଷ୍ଣ ପୁଝାରୀ, ଭତରା ସମାଜର ଜୟପାଟଣା ବ୍ଲକ ସଭାପତି ରଣ ସାଏ ପତ୍ର , ନାଟ୍ୟଗୁର କବି କ୍ଷୀରୋଦ ମାଝୀ, ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତି ରାମ ପାତ୍ର, ଚକାଡୋଳା ପାତ୍ର, ଗୋପୀଚନ୍ ନାଏକ, ମନ୍ ମାଝୀ, ବିଜୟ ଦିଶାରୀ, ବଂଶୀ ଧର ଚଲାନ, ଅନ୍ତ ବାଣୁଆ, ରାଜୀବ ମାଝୀ, ରାଧା କାନ୍ତ ମାଝୀ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଷାଧ୍ୟକ୍ଷ ବିନୋଦ ମାଝୀ, ଜିତେନ୍ଦ୍ର ମାଝୀ, ବନ ମାଝୀ(ଦିଶାରୀ), ଭଗବାନ ମାଝୀ(ଦି ଶାରୀ), ବିଷ ମାଝୀ, ଟିକେଶ୍ୱର ମାଝୀ, (ଆଇଁଲି) ଯଦୁ ମଣି ମାଝୀ, ମଧୁସୂଦନ ମାଝୀ(ଜାମ ପଡ଼ା) ସୁଦର୍ଶନ ମାଝୀ, ଟିକେ ମଣି ମାଝୀ, କିଶୋର ମାଝୀ, ମୋହନ ମାଝୀ, ଟିକେଚନ ମାଝୀ, ଦୁର୍ଯ୍ୟୋଧନ ମାଝୀ, ସୁଦର୍ ମାଝୀ, ସନ୍ତୋଷ ମାଝୀ, ରଘୁ ମାଝୀ, ରେଶର ମାଝୀ,ପ୍ରମୁଖ ସହ ଯୋଗ କରିଥିଲେ । ଏହି ପରିପ୍ରେଖୀରେ ମାଝୀ ବଂଶଜ ଝିଅ ମାନେ ସଂସ୍କୃତିକ କାର୍ଯ୍ୟ କ୍ରମରେ ନୃତ୍ୟ ପରିବେଷଣ କରି ଥିଲେ ।