ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପରଲୋକ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର କେ.ଏସ.ୟୁ.ବି କଲେଜର  ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସୋମବାର ଅପରାହ୍ନରେ ଦେହାନ୍ତ ଘଟିଛି । ସ୍ୱର୍ଗତ ପ୍ରଧାନ  ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଥିଲେ ।  ଗତ ୨୦୨୧ ମସିହା ଫେବୃଆରୀ ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଦାୟିତ୍ୱରେ ରହି ଅବସର ନେଇଥିଲେ । ଏହାପରେ ସେ ତାଙ୍କର ଭଞ୍ଜନଗର ସହରତଳି ଲଣ୍ଡେଇ ସାହି ବାସଭବନରେ ରହୁଥିଲେ । ସୋମବାର ସକାଳେ ସ୍ୱର୍ଗତ ପ୍ରଧାନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହାନ୍ତ ହୋଇଛି। ସେ ଛାତ୍ରଛାତ୍ରୀଙ୍କ ପ୍ରିୟ ଅଧ୍ୟାପକ ଥିଲେ । ଏଥିସହ ସମସ୍ତ କର୍ମଚାରୀଙ୍କ ମଧ୍ୟ ପ୍ରିୟ ଥିଲେ । ମୃତ୍ୟୁ ଖବର ଜଣାପଡିବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।