ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିନସ୍ଥ କନ୍ଦାମୁଣ୍ତା ବରଗଛ ଛକ ଠାରେ ପୁରୁଣା ଗଣ୍ତଗୋଳକୁ ନେଇ କିଛି ଦୁର୍ବୁତ୍ତ ନାଗଝର ଗ୍ରାମର ଘେନୁରାମ ନିଆଲ (୫୨) ଓ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଶ୍ରୀ ନିଆଲ ଗତ ଶୁକ୍ରବାର ଦିନ ସ୍ତ୍ରୀ କ୍ଷମାମଣି ନିଆଲଙ୍କ ସହ ସିଙ୍ଗଝର ଷ୍ଟେଟ ବ୍ୟାଙ୍କରୁ କେୱାଇସିର କାମ ସାରି ମଟର ସାଇକଲ ଯୋଗେ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ନାଗଝର ଗ୍ରାମର ଦେବଦର୍ଶନ ଘିଭେଲା ଓ ଶାନ୍ତନୁ ଘିଭେଲା ପୁରୁଣା ଗଣ୍ତଗୋଳ କୁନେଇ ରାଗରଖି କନ୍ଦାମୁଣ୍ତା ବରଗଛ ଛକ ଠାରେ ସ୍ୱାମୀ ସ୍ତ୍ରୀକୁ ଅଟକାଇ ଅଶ୍ଲିଳ ଭାଷାରେ ଗାଲି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ଏକ ଧାରଆ ଅସ୍ତ୍ର ଛୁରୀରେ ଜିବନରେ ମାରିଦେବାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଛୁରୀ ଆକ୍ରମଣରେ ଘେନୁରାମ ଗୁରୁତ୍ୱର ହୋଇଥିବା ବେଳେ ସ୍ତ୍ରୀ ବିରୋଧ କରିଥିବାରୁ ସ୍ତ୍ରୀକୁ ଅଶ୍ଲିଳ ଭାଷାରେ ଗାଲି କରି ଜାତି ଘୃଣା କରି ଚାପୁଡ଼ା ଓ ବୁଟରେ ମାରିଥିଲେ । ଏହି ଆକ୍ରମଣରେ ଘେନୁରାମଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ହୋଇଛି । ସେଠାରୁ ସ୍ଥାନୀୟ ଜଣେ ଲୋକଙ୍କ ଘରେ ସ୍ୱାମୀ ସ୍ତ୍ରୀ ଜିବନ ବଞ୍ଚାଇବା ପାଇଁ ଲୁଚିଥିଲେ । ଗୁରୁତ୍ୱର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡିଛି । ଏହି ଅଭିଯୋଗ ପରେ ସିନାପାଲି ଥାନାରେ ଏକ ମାମଲା ରୁଜୁକରି ଥିବାବେଳେ ସିନାପାଲି ଥାନାଧିକାରୀ ଘଟଣାର ଅଧିକ ତଦନ୍ତ ଚଲାଇଛନ୍ତି । ଅଭିଯୁକ୍ତ ବାପପୁଅ ଫେରାର ଥିବା ଜଣାପଡିଛି ।