ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ନୂତନ ଆଇଆଇସିଙ୍କୁ ସ୍ୱାଗତ….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଏକ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ଵରେ ଆୟୋଜିତ ସଭାରେ ନୂତନ ଆଇଆଇସି ଶ୍ରୀ ହାଇବୁରୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ବିଦାୟ କାଳୀନ ଅଧିକାରୀ ଚିରଞ୍ଜିବୀ ବେହେରା ଓ ନୂତନ ସୁଶାନ୍ତ କୁମାର ଶବର, ଏଏସଆଇ ରମାକାନ୍ତ ସେଠି, ଶଙ୍କର ୱାର୍ଡକାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ବାଜର ବାସୀ, ସୁରକ୍ଷା କର୍ମୀମାନେ ଯୋଗ ଦେଇଥିଲେ । ଥାନା ପକ୍ଷରୁ ଏଏସଆଇ ଶ୍ରୀ ସେଠୀ ଉଭୟ ଅଧିକାରୀଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପୂର୍ବତନ ଥାନା ଅଧିକାରୀ ଶ୍ରୀ ବେହେରା ତାଙ୍କ ରହଣି କାଳ ମଧ୍ୟରେ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଥାନାକୁ ଆସୁଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହଯୋଗ କରୁଥିଲେ l ସେ ବିଦାୟ ନେଇ ଯାଉ ଥିବାରୁ ଉପସ୍ଥିତ ଥାନା କର୍ମଚାରୀ ଓ ଭଦ୍ରବ୍ୟକ୍ତି ମାନେ ତାଙ୍କର ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଦେବା ସହ ଭବିଷ୍ୟତ ଜୀବନର ସଫଳତା କାମନା କରିଥିଲେ । ସେହି ପରି ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଆଇ ଆଇ ସି ଶ୍ରୀ ହାଇବୂରୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା । ଥାନାର ସମସ୍ତ କର୍ମଚାରୀମାନଙ୍କ ସହ ସୂସମ୍ପର୍କ ରକ୍ଷା କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ନୂତନ ଆଇଆଇସି ଶ୍ରୀ ହାଇବୁରୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ସୁରକ୍ଷା କର୍ମୀ, ଗୃହରଖି, ଗ୍ରାମରଖି ସମେତ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ଗ୍ରାମର ଭଦ୍ର ବ୍ୟକ୍ତି, ବଜାର ବାସୀ ଓ ଅଞ୍ଚଳର ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ ।