ଖଡିଆଳ ବରଗାଁ ଛକ ନିକଟସ୍ଥ ୩୫୩ ନମ୍ୱର ଜାତୀୟ ରାଜପଥରେ ଦୁଇ ଭାରି ଯାନ ମୁହା ମୁହିଁ ଧକ୍କା, ଅଳ୍ପକେ ବତ୍ତିଲେ ଦୁଇ ଯାନର ଚାଳକ….
ସିନାପାଲି(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବରଗାଁ ଛକ ନିକଟସ୍ଥ ୩୫୩ ନମ୍ୱର ଜାତୀୟ ରାଜପଥରେ ଦୁଇ ଭାରି ଯାନ ମୁହା ମୁହିଁ ଧକ୍କା ହୋଇ ଥିବା ବେଳେ ଟ୍ରାଲି ଗାଡ଼ି ଟି ରାଜପଥ କଡକୁ ଖସି ଯାଇଛି । ଗୋଟିଏ ପଟେ ଟ୍ୟାଙ୍କର ଏବଂ ବିପରୀତ ଦିଗରୁ ଏକ ଟ୍ରାଳି ଯାନ ଆସୁଥିବା ବେଳେ ରାତ୍ର ୧୧ ଟା ବେଳେ ମୁଁହା ମୁହିଁ ଧକ୍କା ଦେବା ପୂର୍ବରୁ ରାଜପଥ କଡକୁ ଟ୍ରାଲି ଖସି ଯାଇଥିଲା । ତେଣୁ କୌଣସି ଧନ ଜନର କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଅଛି । ଦୁଇ ଭାରି ଜଣ ଚାଲକମାନେ ଅଳ୍ପେକେ ବର୍ତ୍ତି ଯାଇଛନ୍ତି । ରାଜପଥରେ ଆବଶ୍ୟକ ରେଡିୟମ ପେପର ଏବଂ ରାତ୍ରି କାଳୀନ ସଙ୍କେତ ଲଗାଇବା ପାଇ ରାଜପଥ ବିଭାଗକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି ।