ଖୋର୍ଦ୍ଧା(ସୂର୍ଯ୍ୟକାନ୍ତ ଦଳାଇ): ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟର HIV ପରୀକ୍ଷା କରିବା ଟେକ୍ନିଶୀୟାନ ଜଣେ ଗର୍ଭବତୀ ମହିଳାଙ୍କୁ ଘଣ୍ଟେ ଘଣ୍ଟେ ଧରି ଠିଆ କରିବା ଅଭିଯୋଗ ହୋଇଛି l ଘଟଣା ପ୍ରଘଟ ହେବ ପରେ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି l ମହିଳାଙ୍କ ଆଭିଯୋଗ ଅନୁସାରେ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟକୁ ଏଚଆଇଭି ପରୀକ୍ଷା ପାଇଁ ଯାଇଥିଲେ l ଏହି ସମୟରେ କାର୍ଯ୍ୟରତ ଟେକ୍ନିଶୀୟାନ ଜଣକ ନର୍ସିଂ ଛାତ୍ର ଛାତ୍ରୀଙ୍କୁ ଟ୍ରେନିଂ ଦେବା ଆଳରେ ମହିଳାଙ୍କୁ ଦୀର୍ଘ ସମୟ ଧରି ଠିଆ କରିଥିଲେ l ଏହା ଦେଖି ସେଠାରେ ଉସ୍ଥିତ ଥିବା ଲୋକ ୟେ କଣ ସ୍ୱାସ୍ଥ୍ୟ ସେବା , ନାଁ ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ଏଠି ପ୍ରହସନ, ଏଠି ପ୍ରତି ଦୃଷ୍ଟି ଦେବେକୀ କି ସରକାର ବୋଲି କଥା ହେଉ ଥିବା ଶୁଣିବାକୁ ମିଳି ଥିଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା l ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏହି ଭଳି ନିନ୍ଦନୀୟ ଘଟଣା ଘଟି ଚାଲିଛି l ଏହି ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି l ହେଲେ ମଧ୍ୟ କିଛି ଫରକ୍ ପଡୁନି ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ l ଗର୍ଭବତୀ ମହିଳାଙ୍କୁ ଘଣ୍ଟେ ଘଣ୍ଟେ ଧରି ଠିଆ କରିବା ବେଳେ ଯଦି କୌଣସି ଅଘଟଣ ଘଟିଥାନ୍ତା ତାହେଲେ କିଏ ତାର ଦାୟୀ ରହି ଥାନ୍ତା l ଏହି ବିଷୟରେ ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ନଜର ନାହି କି ? ନା ଜାଣି ଶୁଣି ଚାଲିଛି ୟେ ପ୍ରହସନ ? ଖବର ପ୍ରକାଶ ପାଇବା ପରେ ଦେଖିବା ବାକି ରହିଲା ସରକାର ଏବଂ ସ୍ଥାନୀୟ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ?