ସେଣ୍ଟ ଭିନସେଣ୍ଟ କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ ନିସହାୟ ବ୍ୟକ୍ତିଙ୍କୁ କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ….

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ଗ୍ରାମପଞ୍ଚାୟତ ଜୁରୁବୁଡି ଗ୍ରାମରେ ସେଣ୍ଟ ଭିନସେଣ୍ଟ କ୍ୟାଥଲିକ ଚର୍ଚ୍ଚରେ ସେଣ୍ଟ ଭିନସେଣ୍ଟ ସଂଘ ପକ୍ଷରୁ ନିସହାୟ ବ୍ୟକ୍ତିଙ୍କୁ ଉପହାର ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଗ୍ରାମବାସୀ ବିଧାୟକ ଓ ଅନ୍ୟାନ୍ୟ ଅତିଥି ଗଣଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜୁରୁବୁଡି ଗ୍ରାମର ସେଣ୍ଟ ଭିନସେଣ୍ଟ ସଂଘ ପକ୍ଷରୁ ନିସହାୟ ବ୍ୟକ୍ତି ଯଥା : ବାର୍ଦ୍ଧକ୍ୟ, ବିଧବା, ଅନାଥ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ  କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବିଧାୟକ ସେଣ୍ଟ ଭିନସେଣ୍ଟ ସଂଘର ଏପରି ପରୋପକାରୀ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମାଜରେ ପ୍ରତ୍ୟେକ ଏପରି କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା । ସମସ୍ୟା ସମାଧାନ ପାଇଁ ବିଧାୟକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ବୃଷଭ ସମିତି ସଭ୍ୟ ବୁଲୁ ରଇତ ପ୍ରମୁଖ ଉପସ୍ଥିତ ଥିଲେ ।