ବୌଦ୍ଧ(ଆବୁବକ୍କର ସିଦ୍ଧିକ): ଗତ ୨ଦିନ ହେଲାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନେ ୧୦ ଦଫା ଦାବି ନେଇ ଧାରଣା ଦେଇଛନ୍ତି I ସେ ଗୁଡିକ ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷର ଚୁକ୍ତିଭିତିକ କାର୍ଯ୍ୟକାଳ ସମୟ ସୀମାକୁ ମିଶାଇ ପୋଦନ୍ନତି ଦେବା ସହ ସରକାରୀ ଆର୍ଥିକ ସହାୟତା ୧୬ ବର୍ଷରୁ ଉର୍ଦ୍ଧ କାମ କରୁଥିବା ନର୍ସକୁ ଦୁଇଟି ପୋଦନ୍ନତି ଭଳି ୧୦ ଗୋଟି ଦାବି ତଥା ୧୨/୧୧/୨୦୧୩ ପୁର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନେ ଏହି ଧାରଣା ଦେଇଛନ୍ତି । ସ୍ଥାନୀୟ ନର୍ସିଂ ଅଫିସରମାନେ ରୋଗୀଙ୍କୁ ସେବା ଯୋଗେଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଷା ସମୟରେ ବହୁ ସଂଖ୍ୟାରେ ରୋଗୀଙ୍କ ଭିଡ ଜମୁଥିବା ବେଳେ କର୍ମଚାରୀମାନଙ୍କ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ମଧ୍ୟ ଯଥାର୍ଥତା ରହିଥିବା କହିଛନ୍ତି ଅଞ୍ଚଳ ବାସୀ । ତେଣୁ ସରକାର ସେମାନଙ୍କ ଦାବୀ ଗୁଡ଼ିକ ଯଥା ଶୀଘ୍ର ପୂରଣ କରି କର୍ମଚାରୀଙ୍କୁ କର୍ମ କ୍ଷେତ୍ରକୁ ଫେରେଇ ଆଣିବାକୁ ମତ ପ୍ରକାଶ କରିଛନ୍ତି । ଧାରଣା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ଦାସ, ବାସନ୍ତୀ ସାହୁ, ରଞ୍ଜିତା ଜଗଦଲାଙ୍କ ସମେତ ବହୁ କର୍ମଚାରୀ ଧାରଣାରତ ଥିଲେ ।