ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ୱର ୧୪ ତାରିଖ ଗୁରୁବାର ସକାଳ ୯.୩୦ ମିନିଟ ସମୟରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆରମ୍ଭ ହୋଇ ଥିଲା । ଶିବିରକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବିଭୂତି ଭୂଷଣ ପାଢୀ ଶୁଭାରମ୍ଭ କରିଥିଲେ। ଶିବିରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ମଧ୍ୟ ମାଗଣାରେ ବିତରଣ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଶିବିରରେ ମଧୁମେହ ରୋଗର ପରୀକ୍ଷା, tuberculosis ବା ଯକ୍ଷ୍ମା ରୋଗର ପରୀକ୍ଷା , ଚକ୍ଷୁ ରୋଗର ପରୀକ୍ଷା, ଉଚ୍ଚ ରକ୍ତ ଚାପ ରୋଗର ପରୀକ୍ଷା କରାଯାଇଥିଲା। ଶିବିରରେ Dr Abhay Tete, Dr Saswati Naik ଙ୍କ ସହ technician , Nurse ଓ ଆଶା କର୍ମୀମାନେ ଯୋଗ ଦେଇ ଲୋକଙ୍କୁ ସେବା ଦେଇଥିଲେ । ତେବେ ଏହି ଶିବିର କରିବା ନେଇ ଘରୋଇ ବସ ମାଲିକ ସଂଘ ଗତ ୬ ମାସ ଧରି ଚେଷ୍ଟା କରୁଥିଲା ବୋଲି ଜଣା ପଡିଛି । ଶିବିରକୁ ସୂଚାରୁ ରୂପେ ପରିଚାଳନା କରିବା ନେଇ ଘରୋଇ ବସ ମାଲିକ ସଂଘର ସଭାପତି ରତନ ଷଡ଼ଙ୍ଗୀ, ସଦସ୍ୟ ଜ୍ଞାନ ହୋତା, ପ୍ରଦୀପ ପଟେଲ, ସୁରଜ ପୁରୋହିତ ଉପସ୍ଥିତ ରହିଥିଲେ । ତେବେ ଏହି ଶିବିରରେ ସୁନ୍ଦରଗଡ଼ RTO ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।