ବିଲେଇଗଡ଼ରେ ଅଗ୍ରଜା ସିଡସ ତରଫରୁ କ୍ଷେତ୍ର ପ୍ରଦର୍ଶନୀ ମେଳା ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଟାଙ୍ଗରପାଲି ବ୍ଲକ ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ବିଲେଇଗଡ଼ ତେନ୍ତୁଳିଢିପl ପଡ଼lରେ ଅଗ୍ରଜା ସିଡସ ତରଫରୁ ଏକ କ୍ଷେତ୍ର ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଗ୍ରାମରୁ ପ୍ରାୟ ୨୦୦ ଜଣ ଚାଷୀ ଉପସ୍ଥିତ ରହି ଧାନର ସଫଳ କୃଷି ପାଇଁ ଉପଯୁକ୍ତ ପରାମର୍ଶ ପାଇଥିଲେ l ଏହି ସମ୍ମିଳନୀରେ ଛତିସଗଡ ଏରିଆ ମ୍ୟାନେଜର ନରେଶ କୁମାର ସାହୁ, ଓଡ଼ିଶା ଏରିଆ ମ୍ୟାନେଜର ପ୍ରେମାନନ୍ଦ ସ୍ୱାଇଁ, ସେଲସ୍ ମ୍ୟାନେଜର ପ୍ରଶାନ୍ତ ପ୍ରଧାନ, କ୍ଷେତ୍ର ଉନ୍ନୟନ ଅଧିକାରୀ ବ୍ରଜେସ ବିଶ୍ଵାଳ ଉପସ୍ଥିତ ରହି ଚାଷୀମାନଙ୍କୁ ଅଗ୍ରଜା ସିଡସ ବିସୟରେ ସୂଚନା ଦେଇ ଥିଲେ l ଅଗ୍ରଜl ସିଡସର ବିଭିନ୍ନ ପ୍ରକାର ଯଥା ଗଙ୍ଗା, ସଙ୍ଗୀତl – ୮, ସୁଜାତା, ସିଲିକନ୍ – ୬୦, ମହିମା, ବ୍ଲlକ ଡାଇମଣ୍ଡ ଆଦି ମଞ୍ଜି ଗୁଡ଼ିକ ରହିଛି l ବିଲେଇଗଡ଼ ଗ୍ରାମରମାନସ କୁମାର ପଟେଲ ନାମକ ଏକ ଚାଷୀ ୮ ଏକର ଜମିରେ ଅଗ୍ରଜl ସିଡସର ବ୍ଲlକ ଡାଇମଣ୍ଡ ମଞ୍ଜି ଏବଂ ୧୨ ଏକର ଜମିରେ ଅଗ୍ରଜା ସିଡସର ଅନ୍ୟ ଧାନ ଚାଷ କରି ଅଞ୍ଚଳରେ ଉଦାହରଣ ସୃଷ୍ଟି କରି ପାରିଛନ୍ତି l ଯଦ୍ୱାରା ଆଜିର କ୍ଷେତ୍ର ପ୍ରଦର୍ଶନୀ ମେଳାରେ ଶ୍ରୀ ପଟେଲଙ୍କୁ ଅଗ୍ରଜା ସିଡସ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଝାରସୁଗୁଡ଼l ଜିଲ୍ଲା ଅନ୍ତର୍ଗତ ଭୋଇମୁଣ୍ଡା ଗ୍ରାମର ବିନୋଦ କୁମାର ମେହେର ପାୟଲ ସିଡସର ଡିଷ୍ଟ୍ରିବୁଟର ଉପସ୍ଥିତ ରହି ଚାଷୀମାନଙ୍କୁ ଧାନର ସଫଳ କୃଷି ପାଇଁ ଉପଯୁକ୍ତ ପରାମର୍ଶ ଦେଇ ଥିଲେ l