ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ବର ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୧୧.୧୫ ମିନିଟ ସମୟରେ ବିକାଶ ଭବନରେ ଜିଲ୍ଲାପାଳଙ୍କୁ ଧାନ ଗଛ ଧରାଇଲେ ଚାଷୀ । ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ପ୍ରବଣ ବ୍ଲକ ଘୋଷଣା କରିବା ଦାବୀରେ ସମାଜ ସେବୀ ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ମିଶି ଏହି ଦାବୀ ଜଣାଇଲେ । ସୂଚନା ଅନୁସାରେ ଏହି ବ୍ଲକ ସହ ଜିଲ୍ଲାର ୧୬ ଗୋଟି ବ୍ଲକକୁ ମରୁଡ଼ି ଘୋଷଣା କରିବା ନେଇ ଡାକ୍ତର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ସୂଚିତ କରିବା ସହ ଦାବୀ କରି ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ଧାନ କ୍ରୟ ଓ ବିକ୍ରୟର ସମୟ ଉପନୀତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନେଇ ନାହିଁ । ବାଧ୍ୟ ହୋଇ ଚାଷୀମାନେ ଡାକ୍ତର ଷଡ଼ଙ୍ଗୀଙ୍କ ସହଯୋଗରେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିବା ସହ ଧାନ ଗଛର ସ୍ଥିତି ପରଖିବା ନେଇ ଜିଲ୍ଲାପାଳଙ୍କୁ ଧାନ ଗଛ ସହ ଘେରିଲେ ।