ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମା ଦକ୍ଷୀଣ କାଳୀଙ୍କ ପୂଜା ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ପୂଜା ୧୮ ବର୍ଷରେ ପଦାର୍ପଣ କରିଛି l ଗୁରୁବାର ରାତ୍ରରେ ପୂଜା ମଣ୍ଡପରୁ ଏକ ସଭାଯତ୍ରାରେ ଯାଇ ସହରରେ ଥିବା ମା ଦକ୍ଷୀଣ କାଳୀ ମନ୍ଦିରରେ ବ୍ରହ୍ମପୁରର ପୂଜକ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ପୂଜା ପାଠ କରି କର୍ତ୍ତା ନରସିଂହ ଶତପଥୀ ଏକ ଆଧ୍ୟାତ୍ମିକ ପରିବେଶରେ ଆଜ୍ଞାମାଳ ପୂଜା ମଣ୍ଡପକୁ ଆଣି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୁଧବାର ସନ୍ଧ୍ୟାରେ ମହିଳାମାନଙ୍କୁ ନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ୭ ଦିନ ଧରି ମାଙ୍କ ପୂଜା ହେବକୁ ଥିବାବେଳେ ଏହା ମହା ଆଡମ୍ବରରେ ପାଳନ କରାଯାଉଛି l ଯାହା ଫଳରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଭେଳିକି ଭେଳି ରଙ୍ଗୀନ ଆଲୋକ ମାଳାରେ ସହର ସଜ୍ଜିତ ହେବା ସହ ମୀନା ବଜାରର ଖାଦ୍ୟ ପସରା ଲୋକଙ୍କୁ ଆକର୍ଷିତ କରୁଛି । ଏହା ସହ ପ୍ରତିଦିନ ସନ୍ଧ୍ୟାରେ ସହରର ବିଭିନ୍ନ କଳାକାରମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ୭ ତାରିଖ ରେ ପୂର୍ଣ୍ଣାହୂତି ୮ ତାରିଖରେ ପ୍ରତିମା ବିସର୍ଜନ ହେବ ବୋଲି ଜଣାପଡିଛି ।