ସୁପରିଟେଣ୍ଡେଣ୍ଟ ଦାୟିତ୍ବ ନେଲେ ଡଃ ପ୍ରଦୀପ ପଣ୍ଡା…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ପଣ୍ଡା l ସୁପରିଟେଣ୍ଡେଣ୍ଟ ଥିବା ଡଃ ରମେଶ ସାହୁ ପଦୋନ୍ନତି ପାଇ ଏଠାରୁ ବଲାଙ୍ଗୀର ଜିଲ୍ଲାକୁ ବଦଳି ହେବା ପରେ ବରିଷ୍ଠତା ଭିତ୍ତିରେ ଡଃ ପଣ୍ଡା ଏହି ଦାୟିତ୍ବ ନେଇଛନ୍ତି । ସକାଳ ହେଲେ ରୋଗିଙ୍କ ଭିଡ ଲାଗୁଥିବା ଏହି ଡାକ୍ତରଖାନାରେ ଡାକ୍ତର ମରୁଡି ଏକ ବଡ ସମସ୍ଯା ହୋଇଥିବା ବେଳେ ଡଃ ପଣ୍ଡା ସେହି ହାତ ଗଣତି ଡାକ୍ତରଙ୍କୁ ନେଇ ଏଠାରେ ରୋଗି ସେବାକୁ କିଭଳି ତ୍ବରାନ୍ବିତ କରୁ ଛନ୍ତି ଦେଖିବାର କଥା ।