ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁସ୍ଥିତ ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଭାସ୍କର ଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସମ୍ପର୍କିତ ବିଭିନ୍ନ କୌଶଳ ଓ ତାଲିମ ପ୍ରଦାନ କରାଯାଇଥିବା ନେଇ ଆଲୋଚନା ହୋଇଥିଲା। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁସାରେ ଛଅଦିନ ଧରି ଏହି ତାଲିମ ଶିବିର ଚାଲିଥିଲା । ମାଷ୍ଟର ଟ୍ରେନର ସୁରଭି ଶବର ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଋଷିମାଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ରାଜକିଶୋର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଇତିହାସ ବିଭାଗର ଅଧ୍ୟାପକ ଅକ୍ଷୟ କୁମାର ବେହେରଦଳେଇ ସଭା ପରିଚାଳନା କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ଲଳିତା ସିଂଙ୍କ ସମେତ ଅଧ୍ୟାପକ ଅମିତ କୁମାର ନାୟକ, ମନୋରଞ୍ଜନ ବଳିୟାରସିଂ, ସମୀର ପ୍ରସାଦ ମାଇକେଲ, ସୁଜ୍ଞାନ ସାହୁ ଓ ଅନ୍ୟ କର୍ମଚାରୀମାନେ ଶିବିର ଆୟୋଜନରେ ସହଯୋଗ କରିଥିଲେ ।