ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ….

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦ ଯାତ୍ରା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଟୁନା ଦାସଙ୍କ ମେତୃତ୍ୱରେ ହୋଇଥିଲା । ଉକ୍ତ ଯାତ୍ରାରେ ବିଜେଡି ନେତା ଟୁନା ଦାସ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ ଚକ୍ରମଣି କହଁର ଏବଂ ପୂର୍ବତନ ବିଧାୟକ ରାଜୀବ ପାତ୍ର, ବିଧାୟକ ପ୍ରତିନିଧି ସମେତ କନ୍ଧମାଳ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତି ନନ୍ଦିନୀ ମଲ୍ଲିକ ଏବଂ ଜିଲ୍ଲା ପରିଷଦ ଆଶିଷ କୁମାର ଦିଗାଲ, କ.ନୂଆଗାଁ ବ୍ଲକ ସଭାପତି, ତୁମ୍ବୁଡ଼ିବନ୍ଦ ବ୍ଲକ ସଭାପତି, କଟୋଗଡ଼ ବ୍ଲକ ସଭାପତି ଏବଂ ବିଜୁ ଜନତା ଦଳର ବହୁ ବରିଷ୍ଠ ଲୋକ ଉପସ୍ଥିତି ଥିଲେ । ଏହି ପଦ ଯାତ୍ରାରେ ଚାରିଗୋଟି ବ୍ଲକର ବିଭିନ୍ନ ଗ୍ରାମର ବିଜେଡି ପ୍ରେମୀ ବହୁ ମାତ୍ରାରେ ଯୋଗ ଦେଇଥିଲେ । ବାଲିଗୁଡାର ଟାଉନ ହୋଲ ଠାରୁ କ.ନୂଆଗାଁ ପର୍ଯ୍ୟନ୍ତ ବାଇକ ରାଲି କରି ଯାତ୍ରା କରିଛନ୍ତି। ସମସ୍ତେ କ.ନୂଆଗାଁର ମୁଖ୍ୟ ବଜାର ସାହିରେ କାର୍ଯ୍ୟକ୍ରମ ରଖିଥିଲେ l ସମସ୍ତେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇ ଚଳିତ ସରକାର ବିଷୟରେ ବହୁତ ନେତା ବର୍ଷିଛନ୍ତି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ବିଜେଡି ସୁପ୍ରିମ ଓଡିଶାରେ ଯେତେକ ଯୋଜନା କରିଥିଲେ ତାହା ଚଳିତ ସରକାର ବା ମୋହନ ସରକାର କେବଳ ନାମ କରିଛନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର ଓଡିଶାରେ କୌଣସି ନୂତନ ଯୋଜନା କରି ପାରିନାହାନ୍ତି ବୋଲି କହିଛନ୍ତି ଟୁନା ଦାସ l ଗତକାଲି ଘଟିଥିବା ଦାରିଙ୍ଗବାଡି ବ୍ଲକରେ ଅନଆହାର ମୃତ୍ୟୁ ଘଟଣାରେ ଦୁଇ ପରିବାରଙ୍କୁ ଯଦି ନ୍ୟାୟ ନ ମିଳେ ଆମେ ରାଜ ରାସ୍ତାରେ ଆନ୍ଦଳନ କରିବାକୁ ଚେତାବନୀ ଦେଇଛନ୍ତି ବେଜେଡି ନେତା । କେବଳ ଏତିକି ନୁହେଁ ଆଗାମୀ ପଞ୍ଚାୟତ ନିର୍ବାଚନ ଥିବାରୁ ସମସ୍ତେ ଏକତ୍ରିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହାତ ମୁଠାକୁ ଟାଣ କରିବା ବୋଲି ଜନ ସାଧାରଣକୁ ନିବେଦନ ମଧ୍ୟ କରିଛନ୍ତି ।