ପେସା ଆକ୍ଟ ଓ ରୁଲ୍ସକୁ ନେଇ ଜନ ସଚେତନତା ପାଇଁ ଦାବୀ…

ରାଇରଙ୍ଗପୁର(ଉତ୍ତମ ରାମ): ଆଦିବାସୀ ସମାଜ-ଶିକ୍ଷା ଏବଂ ସଂସ୍କୃତି ସଂଘ ଯାମଦା ଓଡିଶା ସରକାରଙ୍କର ପେସା ଏକ୍ଟ ୧୯୯୬ ଏବଂ ଲାଗୁ ହେବାକୁ ଯାଉଥିବା ପେସା ରୁଲ୍ସ ୨୦୨୩କୁ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଯାମଦା ବ୍ଲକ ଅଧିନରେ ଥିବା ୭୮ ଗୋଟି ଗ୍ରାମରେ କାର୍ଯ୍ୟରତ ଗ୍ରାମମୂଖ୍ୟ ଯଥା ସାନ୍ତାଳୀ ସମାଜର ମାଝୀବାବା, ହୋ ସମାଜର ମୁଣ୍ଡା ଓ ଭୁମିଜ ସମାଜର ନାୟା ସହିତ ସାନ୍ତାଳି, ହୋ ଓ ଭୂମିଜ ସମାଜର ସାମାଜିକ କର୍ମକର୍ତ୍ତା, ବୁଦ୍ଧିଜିବୀଙ୍କୁ ନେଇ ଯାମଦା ବ୍ଲକ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ ପାଇଁ ଯାମଦା ଆସେକା ସଭାପତି ଲକ୍ଷ୍ମଣ ଟୁଡୁ, ସମ୍ପାଦକ ଦୁଖୁରାମ ମୁର୍ମୁ ଯାମଦା ବିଡିଓଙ୍କଠାରେ ଗୁରୁବାର ଦିନ ଲିଖିତ ଦାବୀ ଉପସ୍ଥାପନ କରିଥିଲେ । ଯାମଦା ବ୍ଲକସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମକୁ ଖୁବ୍ ଶୀଘ୍ର ଆୟୋଜନ କରିବାକୁ ବିଡିଓ ଦେବାଶିଷ ପଣ୍ଡା ନିର୍ଭର ପ୍ରତିଶୃତି ଦେଇଥିବା ସ୍ଥଳେ ପେସା କୋ-ଅର୍ଡିନେଟର ଦିପୀକା ପ୍ରଧାନ ଗତ ବର୍ଷ ନଭେମ୍ବର ୧୦ ତାରିଖରୁ ବ୍ଲକକୁ ଜନ ସଚେତନତା ପାଇଁ ଅନୁଦାନ ରାଶୀ ଆସି ନଥିବାରୁ ଜନ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି ପରି ପାରୁ ନ ଥିବାର ସମ୍ପାଦକ ଦୁଖୁରାମ ମୁର୍ମୁଙ୍କଠାରେ ଦୁଃଖ ପ୍ରକାଶ କରିଥିଲା ।