ରାୟଗଡ଼ା(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ୨୦୨୩/୨୪ରେ ଚିହ୍ନଟ କରାଯାଇଥିବା ଭିନ୍ନକ୍ଷମମାନଙ୍କୁ ବ୍ଲକ ସ୍ତରୀୟ ଉପକରଣ ବିତରଣ ମେଳାରେ ମୋଟ ୩୮ ଜଣ ଭିନ୍ନକ୍ଷମଙ୍କୁ ୫୦ ଗୋଟି ଉପକରଣ ବଣ୍ଟା ଯାଇଥିବା ଜଣାପଡିଛି l ସେଥି ମଧ୍ୟରୁ ୧୨ଜଣଙ୍କୁ ଟ୍ରାଇ ସାଇକେଲ, ୧୩ ଜଣଙ୍କୁ ୱିଲ୍ ଚେୟାର, ୫ ଜଣଙ୍କୁ ସିପି ଚେୟାର, ୮ ଜଣଙ୍କୁ ବ୍ଲାଇଣ୍ଡି ଚେୟାର, ୯ ଜଣଙ୍କୁ ସ୍ମାର୍ଟ୍ କ୍ୟାନ୍, ୩ ଜଣଙ୍କୁ ୱାକିଙ୍ଗ ଷ୍ଟିକ୍ ପ୍ରଦାନ କରାଯାଉଛି l ଉକ୍ତ କାର୍ଯୟକ୍ରମରେ BSSO ନମିତା ଚାନ୍ଦ ନାୟକଙ୍କ ଉପସ୍ତିରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିବାବେଳ DSSO ସୋନ୍ତୋସ କୁମାର ନାୟକ, ସ୍ଥାନୀୟ ବିଡିଓ ସୁଧିର ସିଂ ଓ ସରପଞ୍ଚ, ସମିତି ସଭ୍ୟ, ଉପସ୍ଥିତ ରହିଥିବା ବେଳେ ଚନ୍ଦନ ପାଣି, ଶ୍ରୀଧର ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ l