ଗ୍ରିଲ ତାଡି ୧୦ଲକ୍ଷ ଟଙ୍କାର ଅଳଙ୍କାର ଚୋରି , ଡଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ଦ୍ୱାରା ପୁଲିସର ଛାନଭିନ ଜାରି….

ଚିଲିକା(ସଂଗ୍ରାମରଣା): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅମୁଲ୍ୟ ସୁବୁଦ୍ଧି ନାମକ ବ୍ୟକ୍ତିଙ୍କ ଘରୁ ୧୦ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରିଥିବା ଜଣାପଡିଛି l ପ୍ରକାଶ ଥାଉକି ଅମୁଲ୍ୟଙ୍କର ଗତ ଜୁଲାଇ ମାସରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଶ୍ୱଶୁରଘରୁ ତାଙ୍କ ସ୍ତ୍ରୀ ବହୁ ସୁନା ଅଳଙ୍କାର ଆଣିଥିଲେ l ଦୁର୍ବୁତ୍ତମାନେ କୌଣସି ସୂତ୍ରରୁ ସୂଚନା ପାଇ ବାଡ଼ି ପଛପଟ ଗ୍ରିଲ ଓ କବାଟ ତାଡି ଘର ଭିତରକୁ ପଶିଥିଲେ l ଅମୁଲ୍ୟ ଶୋଇଥିବା ଘରେ ଦୁର୍ବୁତ୍ତମାନେ ବାହାରୁ ତାଲା ପକାଇ ଅନ୍ୟ ଏକ ଘରେ ଏକ କାଠ ଆଲମାରୀରେ ଥିବା ୪୦ଗ୍ରାମର ଦୁଇଟି ରାଣୀହାର, ୨୦ଗ୍ରାମର ଏକ ସୁନାଚେନ, ୧୨ଟି ମୁଦି, ତିନିହଳ କାନଫୁଲ, ଚାରିହଳ ସୁନାଚୁଡ଼ି, ଗୋଟିଏ ବ୍ରେସଲେଟ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଲୁଟ କରି ପଳାଇ ଯାଇଥିଲେ l ଦୁର୍ବୁତ୍ତମାନେ ଲୁଟ କରି ସାରିବା ପରେ ବିଲ ଭିତରେ ସୁନା ଜିଣିଷର ଖୋଳ ପଡ଼ିଥିବା ଜଣାପଡିଛି l ପୁଲିସ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଛାନଭିନ ଜାରି ରଖି ଥିବାବେଳେ ଦୁର୍ବୁତ୍ତ ମାନଙ୍କର ପତ୍ତା ମିଳିନି l ତେବେ ଗାଁ ମାନଙ୍କରେ ଘରୁ ଲୁଟ ହେବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରଥିବା ବେଳେ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l