କଲମ ଛାଡ଼ ଆନ୍ଦୋଳନରେ ମିଶନ ଶକ୍ତି ମହିଳା….

ଚିଲିକା(ସଂଗ୍ରାମ ରଣା): ସାରା ରାଜ୍ୟରେ ୬ ମାସର ଦରମା ପାଇ ନଥିବା ପ୍ରତିବାଦରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ ରାଜ ରାସ୍ତାରେ ଆଜି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବରୁଣେଇ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ଚିଲିକା ବ୍ଲକ ବିଡ଼ିଓ ହଳଧର ଶବରଙ୍କୁ ଦେଇଛନ୍ତି ଦାବି ପତ୍ର l ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୦୦ରୁ ଅଧିକ ମହିଳା ସିଆରପି, କୃଷିମିତ୍ର, ବ୍ୟାଙ୍କ ମିତ୍ର, ଏମବିକେ ଆଦି କର୍ମକର୍ତ୍ତା l ପୂର୍ବ ରାଜ୍ୟ ସରକାର ଗ୍ରାମାଞଳର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ  ଅନେକ ଯୋଜନା କରିଥିଲେ l ସେହି ଯୋଜନା ଗୁଡିକୁ ସଫଳ କରିବା ପାଇଁ ଗ୍ରାମାଞ୍ଚଳରେ  ଦକ୍ଷ ନଥିପତ୍ର ପରିଚାଳିକା, କୃଷିମିତ୍ର, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, ସିଆରପି ଆଦି ପଦବୀରେ ମହିଳା ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ l ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ମହିଳାମାନେ ସୁଚାରୁ ରୂପେ ଦରମା ପାଇ ଦାୟିତ୍ୱ ନିର୍ବାହ କରୁଥିଲେ । ହେଲେ ନୂତନ ସରକାର ଆସିବା ପରେ ଏହି ମହିଳା କର୍ମୀ ମାନଙ୍କର ଦରମା ମିଳିନାହିଁ l ଏହା ସହ ଏମାନଙ୍କୁ କରାଯାଉଛି ଅଣ ଦେଖା । ସେଥିପାଇଁ ଏହି ମହିଳା କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି । ସରକାର ଦାବି ନଶୁଣିଲେ କଲମ ଛାଡ଼ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଆଜି ବ୍ଲକ ସ୍ତରରେ ଦାବିପତ୍ର ଦିଆଯାଇଥିବା ବେଳେ ଆସନ୍ତା କାଲି ଜିଲ୍ଲା ସ୍ତରରେ ଦିଆଯିବ ବୋଲି ସୂଚନା ମିଳିଛି । ଯଦି ସରକାର ମହିଳା ମା ମାନଙ୍କ କଥା ନ ଶୁଣନ୍ତି ନିଶ୍ଚିତ ଭାବେ ଭୁବନେଶ୍ୱର ଠାରେ ରାଜ ରାସ୍ତାକୁ ମହିଳା ସଙ୍ଘ ଓଲ୍ଲାଇବେ ବୋଲି ସୁଚନା ଦେଇଛନ୍ତି ।