ଯାତାୟାତ ନିମନ୍ତେ ପକ୍କା ରାସ୍ତା ପାଇବାରୁ ବଞ୍ଚିତ ପେନାବିଡ଼ା ଗ୍ରାମବାସୀ, ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ନ ହେଲେ ଆନ୍ଦୋଳନର ଚେତାବନୀ….

. ଟିକେଶ ମାହା ଛକ ଠାରୁ ବନା ଘାଟି ଓ ତଲାଉସୁଗା ରାସ୍ତା ନିର୍ମାଣ ପାଇଁ ଆରଡି ଅବଗତ କରାଯାଇଛି : ସରପଞ୍ଚ ବୁର୍ବୀ ନାଜୁ

. ସରକାରୀ ବାବୁଙ୍କ ଟେବୁଲ ତଳେ ବୁର୍ବୀ ନାଜୁ ରାସ୍ତା ନିର୍ମାଣ ଦାବୀ ପତ୍ର

csp

. ରାସ୍ତା ନିର୍ମାଣ ହେଲେ ୨୦୦୦ ହଜାର ଲୋକ ହେବେ ଉପକୃତ ହେବା ସହ ଗୁଟିଂଗିଆ ସହ ହେବ ଗମନାଗମନ ସୁବିଧା

. ପ୍ରଶାସନର ଅନଦେଖା ଯୋଗୁଁ  ଶ୍ରମ ଦାନ କରି ରାସ୍ତା ମରାମତି କଲେ ପେନାବିଡା ଅଂଚଳ ବାସୀ

ଅନୁସନ୍ଧାବ ଭାରତ(ବ୍ୟୁର): ଭାରତ ସ୍ୱାଧୀନତା ହେବାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ବହୁ ଅଂଚଳ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ l ଯାହା ପାଇଁ ଏହି ଜିଲ୍ଲାର ବାସୀନ୍ଧା ଏକ ପ୍ରକାର ଅଭିଶପ୍ତ ଜୀବନ ଯାପନ କରୁ ଥିବା ଅନେକ ସମୟରେ ଗଣମାଧ୍ୟମରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି l ବାରମ୍ବାର ପ୍ରଶାସନ ପାଖରେ ଦାବୀ କରିବା ସତ୍ୱେ ମଧ୍ୟ ସରକାରୀ ବାବୁଙ୍କ ଅଣଦେଖା ଓ ଅବହେଳା ଯୋଗୁଁ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ମଧ୍ୟ ହୋଇ ଆସୁଛି l ହେଲେ ମଧ୍ୟ ପ୍ରଶାସନର ତତ୍ପରତା ଶୁନେ l ନିର୍ବାଚନ ଉପରେ ନିର୍ବାଚନ ଅନୁଷ୍ଠିତ ହେଉଛି l କିନ୍ତୁ କନ୍ଧମାଳ ବାସୀଙ୍କ ଭାଗ୍ୟରେ ପରିବର୍ତ୍ତନ ହେଉନ ଥିବା ଦେଖା ଦେଇଛି l ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବୁର୍ବି ନାଜୁ ଗ୍ରାମପଞ୍ଚାୟତ ଅଧିନସ୍ଥ ପେନା ବିଡ଼ା, ବୁର୍ବୀ, ମିଡାବାଲି, ପେନାବିଡ଼ା, ପକାରୀ, ତଲାଉସୁଗା ଗ୍ରାମ l ଜନସଂଖ୍ୟା ପ୍ରାୟ ୨୦୦୦ ହଜାରରୁ ଉର୍ଦ୍ଧ୍ବ ହେବ l ହେଲେ ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର ବାସୀନ୍ଧା ସରକାରୀ ମୌଲିକ ସୁବିଧା ପାଇବାରୁ ବଞ୍ଚିତ l ଏହି ଅଞ୍ଚଳ ବାସୀନ୍ଧାଙ୍କ ଯାତାୟାତ ପାଇଁ ପକ୍କା ରାସ୍ତା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇ ପାରିନାହିଁ l ଯାହା ପାଇଁ ଅଞ୍ଚଳ ବାସୀ ବିଭିନ୍ନ ଜରୁରୀ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉ ଥିବା ଦେଖା ଦେଇଛି l ସେହି ପରି ଛାତ୍ରଛାତ୍ରୀ ବର୍ଷା ଦିନ ହେଲେ ସ୍କୁଲ ଓ କଲେଜ ଯିବାରୁ ବଞ୍ଚିତ ହେବା ସହ ଗର୍ଭବତୀ ମହିଳାଙ୍କ ଓ ରୋଗୀ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉ ଥିବା କହିଛନ୍ତି ପେନା ବିଡ଼ା ଗ୍ରାମର ପୂର୍ବତ୍ତନ ୱାର୍ଡ ମେମ୍ବର ବସୁନାଥ ପ୍ରଧାନ l ଏନେଇ ଅଞ୍ଚଳ ବାସୀ ଫୁଲବାଣୀ ଠାରେ ତା ୧୬/୦୬/୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଅନୁଷ୍ଠିତ ଜଣାଶୁଣାରେ ଟିକେଟ ନମ୍ବର ଡିଏମ- ୨୦୨୩୨୫୬୯୧୨, ଜିଲ୍ଲାପାଳଙ୍କ ଠାରେ ୟୁନିକ ଆଇଡି ନମ୍ବର ୨୨୦୭୨୦୨୪୦୮୮ ସହ ସାଂସଦଙ୍କ ପାଖରେ ମଧ୍ୟ ରାସ୍ତା ପାଇଁ ଲିଖିତ ଅଭିଯୋଗ କରିଥିଲେ l ଏହି ଅଭିଯୋଗ ପତ୍ରକୁ ସରକାର ପାଇ ଥିବା ସ୍ପଷ୍ଟ କରି ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଯନ୍ତ୍ରୀ କାର୍ତ୍ତିକେଶ୍ବର ସାହୁଙ୍କ ସ୍ଵାକ୍ଷର ଥିବା ତା ୭/୧୦/୨୦୨୩ରେ ଲିଖିତ ଚିଠି ମଧ୍ୟ ପାଇ ଥିବା ପୂର୍ବତ୍ତନ ୱାର୍ଡ ମେମ୍ବର ସୂଚନା ଦେଇଛନ୍ତି l ହେଲେ ତାହା ସରକାରୀ ଫାଇଲ ତଳେ ରହି ଯାଇଛି l ଏଥି ପ୍ରତି ସରକାର ଦୃଷ୍ଟି ଦେବା ସହ ରାସ୍ତା ନିର୍ମାଣ ସକାଶେ ଉଦ୍ୟମ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l ବାରମ୍ବାର ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅବଗତ କରି ଥିଲେ ସୁଦ୍ଧା କୌଣସି ସୁଫଳ ମିଳିନ ଥିବା କହିଛନ୍ତି ଅଂଚଳ ବାସୀ l ପ୍ରଶାସନର ଅବହେଳା ଓ ଅଣଦେଖା ଯୋଗୁଁ ଅଞ୍ଚଳ ବାସୀ ବର୍ଷା ଦିନରେ ଚାଲିବା ପାଇଁ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରି ଥିବା କହିଛନ୍ତି ପୂର୍ବତ୍ତନ ୱାର୍ଡମେମ୍ବର l ବର୍ତ୍ତମାନ ଏହି ଗ୍ରାମ ଗୁଡ଼ିକକୁ ଯିବା ପାଇଁ ହେଲେ ଟୁଡୁବାଲି ଠାରୁ ଅତି ଦୁର୍ଗମ ରାସ୍ତା ଦେଇ ଯିବାକୁ ପଡ଼ିଥାଏ l ଏହି ରାସ୍ତା ନିର୍ମାଣ ହେବା ଦ୍ବାରା ପେନା ବିଡ଼ା, ବୁର୍ବୀ, ମିଡାବାଲି, ପେନାବିଡ଼ା, ପକାରୀ, ତଲାଉସୁଗା ଗ୍ରାମର ବାସୀନ୍ଧା ଉପକୃତ ହେବା ସହ ଗିରୁଟି, କଟଡ଼ି ଓ ଗୁଟିଙ୍ଗିଆ ସହ ଯୋଗାଯୋଗ ସ୍ଥାପନ ହୋଇ ପାରିବ ବୋଲି ଅଞ୍ଚଳ ବାସୀ କହିଛନ୍ତି l ଏନେଇ ଆମ ପ୍ରତିନିଧି ବୁର୍ବୀ ନାଜୁ ସରପଞ୍ଚ ଶ୍ରୀମତୀ ସଳିମା ପ୍ରଧାନଙ୍କ ପ୍ରତିକ୍ରିୟା ଫୋନ ମାଧ୍ୟମରେ ନେଇଥିଲେ l ଟିକେଶ ମାହା ଛକ ଠାରୁ ବନା ଘାଟି ଦେଇ ତଲାଉସୁଗା ପର୍ଯ୍ୟନ୍ତ ପାଖାପାଖି ୭କିମି ରାସ୍ତା ନିର୍ମାଣ ପାଇଁ ଆରଡିକୁ କାର୍ଯ୍ୟାଳୟକୁ ଲିଖିତ ଭାବେ ଅନୁରୋଧ କରାଯାଇଛି କିନ୍ତୁ କାର୍ଯ୍ୟାଳୟ ପକ୍ଷରୁ କୌଣସି ଲିଖିତ ଚିଠି ଆମର ହସ୍ତଗତ ହୋଇ ନାହିଁ ବୋଲି ସରପଞ୍ଚ ପ୍ରତିକ୍ରିୟା ମିଳିଥିବା ବେଳେ ବିଡିଓ ଟିକାବାଲି ଫୋନ ରିସିଭ କରିନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ l ଯଦି ପ୍ରଶାସନ ଅଞ୍ଚଳ ବାସୀଙ୍କ ଦାବୀ ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତ୍ତନ ୱାର୍ଡ ମେମ୍ବର ବସୁନାଥ ପ୍ରଧାନଙ୍କ ସହ ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ ଦିଗାଲ, ରଞ୍ଜିତ ଦିଗାଲ, ବିଜୟ କୁମାର ପ୍ରଧାନ, ଦିଲୀପ ପ୍ରଧାନ, ରମାକାନ୍ତ ପ୍ରଧାନ, ବାଳକୃଷ୍ଣ ପ୍ରଧାନ, ସାଧୁ ପ୍ରଧାନ, ଗୋପୀନାଥ ପ୍ରଧାନ, ଗଣପତି ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁନୀଲ ପ୍ରଧାନ, ଦମଦର ପ୍ରଧାନ, ରାଧାନାଥ ମଳିକ, ଦେବ ନାଥ ପ୍ରଧାନ, ଲଙ୍କେଶ୍ୱର ମଳିକ ଓ ଗ୍ରାମବାସୀ l