ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ନର୍ସିଂ ଅଫିସର ଭାବେ କାମ କରୁଥିବା ନର୍ସିଂ ଅଫିସରମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ବୁଧବାର ଠାରୁ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କର୍ମୀ ସରକାରୀ ଡାକ୍ତରଖାନା ଗୁଡ଼ିକରେ ନର୍ସିଂ ଅଫିସର ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଗୁଡ଼ିକରେ ସିଏଚଓ ବା କମ୍ଯୁନିଟି ହେଲଥ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।
ସେମାନଙ୍କ ୧୦ ଦଫା ଦାବି ତଥା ୧୨/୧୧/୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ ବର୍ଷର ଚୁକ୍ତି ଭିତିକ କାର୍ଯ୍ୟକାଳକୁ ଚାକିରୀ ସମୟ ସୀମାରେ ମିଶାଇ ପଦନ୍ନୋତି ଦେବା ସହ ସମସ୍ତ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରିବା, ବରିଷ୍ଠତା ଅନୁଯାୟୀ ନର୍ସିଂ କର୍ମଚାରୀଙ୍କୁ ପଦନ୍ନୋତି ଦେବା ସହ ସହକାରୀ ନର୍ସିଂ ଅଧିକ୍ଷକ ପଦବୀ ପାଇଁ ସମୟ ସୀମା କମ କରି ୧୬ ବର୍ଷରୁ ଉର୍ଦ୍ଧ କାମ କରିଥିବା ବରିଷ୍ଠ ନର୍ସ ମାନଙ୍କୁ ଦୁଇଟି ପଦନ୍ନୋତି ଦିଆଯିବା,ଏଚଡବ୍ଲ୍ୟୁସିରେ ସିଏଚଓ ଭାବେ କାର୍ଯ୍ୟରତ ସମସ୍ତ ନର୍ସିଂ ଅଫିସରମାନଙ୍କୁ ଫେରାଇ ଆଣି କ୍ୟାଡର୍ ପୋଷ୍ଟରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ନର୍ସିଂ ଅଫିସର ଭାବେ ଥଇଥାନ କରିବା, ରିଜିଓନାଲ ସ୍ପାଇନାଲ୍ ଇନଜୁରୀ ସେଣ୍ଟର କଟକରେ ୧୮ ବର୍ଷ ଏବଂ ଏମଏଚୟୁ, ଆରବିଏସକେ ଅଧୀନରେ ୧୧ ବର୍ଷ ଧରି କାର୍ଯ୍ୟରତ ନର୍ସିଂ ଅଫିସରମାନଙ୍କୁ ନିୟମିତ କରିବା, ନିୟମିତ ହୋଇନଥିବା ଅବଶିଷ୍ଟ କାର୍ଯ୍ୟରତ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରିବା, ଏଏଚପିଜିଆଇସି କଟକରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ଓଡ଼ିଶା କ୍ୟାଡରରେ ଅନ୍ତର୍ଭୁକ୍ତ କରିବା, ନର୍ସିଂ ଅଫିସରମାନଙ୍କ ଡ୍ରେସ୍ କୋଡ଼ରେ ପରିବର୍ତ୍ତନ କରିବା ସହ ବିଭାଗୀୟ ପ୍ରାଶାସନିକ ଅଧିକାରୀମାନଙ୍କ ଡ୍ରେସ୍ କୋଡରେ ପରିବର୍ତ୍ତନ, ଆଉଟସୋର୍ସିଂ ଏଜେନ୍ସି ଦ୍ଵାରା ନର୍ସିଂ ଅଫିସର ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, କେବିକେ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ସରକାରୀ ଛୁଟି ଦିନ ଗୁଡ଼ିକୁ କାର୍ଯ୍ୟଦିବସ ଭାବେ ଗଣନା କରି ସେଦିନର ଦରମା ଦିଆଯିବା ଏଭଳି ଦାବି ସହ ସ୍ୱାସ୍ଥ୍ୟ କର୍ମୀ ଆନ୍ଦୋଳନ କରୁଥିବା ବେଳେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର୍ କରିବା ସହ ଡାକ୍ତରଖାନାରେ ତାଲା ଝୁଲିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଉପରୋକ୍ତ ସମସ୍ତ ଦାବି ନେଇ ନର୍ସିଂ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିନ୍ତୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସ୍ଥଳେ ଧାରଣାରେ ଥିବା ନର୍ସିଂ ଅଫିସରମାନେ ରୋଗୀଙ୍କୁ ସେବା ଯୋଗାଇଦେବା କୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍ଥାନୀୟ ସ୍ଵାସ୍ଥ୍ୟ ଅଧିକାରୀ । ବର୍ଷା ରୁତୁରେ ବହୁ ସଂଖ୍ୟାରେ ରୋଗୀଙ୍କ ଡାକ୍ତରଖାନାରେ ଭିଡ଼ ଜମୁଥିବା ବେଳେ କର୍ମଚାରୀମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକର ମଧ୍ୟ ଯଥାର୍ଥତା ରହିଥିବା କହିଛନ୍ତି ଅଞ୍ଚଳ ବାସୀ । ତେଣୁ ସରକାର ସେମାନଙ୍କ ଦାବି ଗୁଡ଼ିକ ଯଥା ଶୀଘ୍ର ପୂରଣ କରି କର୍ମଚାରୀଙ୍କୁ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ମତପ୍ରକାଶ କରିଛନ୍ତି ଜନସାଧାରଣ ।