ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ଗ୍ରାମ ପଞ୍ଚାୟତ କାପସରା ଗ୍ରାମର ଜମିଦାର ତଥା ଜିଲ୍ଲାର ଜଣେ ଲଢ଼ୁଆ ଚାଷୀ ନେତା ହିସାବରେ ନିରଞ୍ଜନ ପ୍ରଧାନ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଖବର ପାଇ ଗାଁରେ ଶୋକର ଛାୟା ଖେଳି ଯାଇଛି । ଆଜି ସନ୍ଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ କୁଟୃଖମାର ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କୁଟୃଖମାର ପ୍ରାଥମିକ କୃଷି ସମବାୟ ସମିତି ଲିଃର ସଭାପତି ତୁଳମଣି ନାଗଙ୍କ ସହ ସମିତିର ସଭ୍ୟ/ସଭ୍ୟା ଏବଂ କର୍ମଚାରୀଙ୍କ ସହ ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ । ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟଳୟ ଠାରେ ମହମବତୀ ଜାଳି ଶୋକସଭା କରିବା ସହ ମୃତ ଚାଷୀ ନେତା ନିରଞ୍ଜନ ପ୍ରଧାନଙ୍କ ଗୁଣଗାନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।